ଘଟ ଗାଁ ତାରିଣୀ ପୀଠ ନିକଟସ୍ଥ ବାସଗୃହ ନଥିବା ଅସହାୟ ଙ୍କୁ ବସ୍ତ୍ର ବଣ୍ଟନ
ଆଜି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତ୍ତା ଏପରି କିଛି ପରିବାର ର ପାଖ ରେ ପହଞ୍ଚିଥିଲେ ଯାହା ଦୁନିଆଁ ପାଇଁ ବିରଳ। କେନ୍ଦୁଝର ଜିଲ୍ଲାର ମା ତାରିଣୀ ପୀଠ ନିକଟସ୍ଥ ଉପଢ଼ିଆ ପଂଚାୟତ ର ଘଟ ଗାଁ ଗ୍ରାମ ରେ ଏକ ଟେଲିଫୋନ ଟାୱାର ନିକଟ ରେ ଏକ ବରଗଛ ରହିଛି। ଏହି ବରଗଛ ହେଉଛି ୧୦ ଗୋଟି ପରିବାର ର ଘର। ସେମାନେ ସେଇ ଗଛ ମୂଳେ ଉଠନ୍ତି, ବସନ୍ତି, ରୋଷେଇ କରି ଖାଆନ୍ତି ଓ ରାତି ରେ ଶୁଅନ୍ତି। ସେମାନେ ନିକଟସ୍ଥ ଜଙ୍ଗଲ ରୁ କାଠ ସଂଗ୍ରହ କରି ନିଜ ପରିବାର ଚଳାଇଥାନ୍ତି। ଏପରି ପରିବାର ପାଖରେ ପହଞ୍ଚିବା ପରେ ଟ୍ରଷ୍ଟ ର କର୍ମକର୍ତା ହତବାକ ହୋଇଯାଇଥିଲେ। ଶୀତ ଋତୁ ରେ ଆବଶ୍ୟକୀୟ ସାମଗ୍ରୀ ଶାଢ଼ୀ, ଧୋତି, ଲୁଙ୍ଗି, ପ୍ୟାଣ୍ଟ୍, ସାର୍ଟ, ମସୁରି, କମ୍ବଳ, ଛୋଟ ପିଲା ମାନଙ୍କ ପାଇଁ କପଡା ଓ ବେଡସିଟ ବଣ୍ଟନ କରିଥିଲେ। ଆଗକୁ କିପରି ଏହି ପରିବାର ମାନଙ୍କୁ ପାଲ ର ଘର କରି ଶୀତ କାକର ଦାଉ ରୁ ରକ୍ଷା କରାଯାଇପାରିବ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ନିଜର ମତ ରଖିଛନ୍ତି। ମଣିଷ ର ମୌଳିକ ଆବଶ୍ୟକତା ଅନୁସାରେ ଏହି ପାରିବାର ଗୁଡ଼ିକ ପଖରେ ନାହିଁ। ଭଗବାନ ଙ୍କ ଦୟା ରୁ ଏହି ପରିବାର ଙ୍କୁ ବଞ୍ଚିବା ପାଇଁ ଶକ୍ତି ଦିଅନ୍ତୁ। ଆଜି ର ଏହି କାର୍ଯ୍ୟକ୍ରମ ରେ ସହଯୋଗୀ ଭାଇ ମାନେ ହେଲେ ସୁବାସିସ ଷଡ଼ଙ୍ଗୀ, କାଳିଆ ବାରିକ, ପ୍ରିତମ ମୁଣ୍ଡା, ଗୌତମ ସାହୁ, ଦିନେଶ ଦାସ ଓ କେନ୍ଦୁଝର ଜିଲ୍ଲା ପ୍ରତିନିଧି ଝାଡେଶ୍ୱର ପଣ୍ଡା।



