ଅସହାୟ ପରିବାରର ପ୍ରତିପୋଷଣ ପାଇଁ ଗୋ ସମ୍ପତି ଦାନ କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ କେନ୍ଦ୍ରାପଡ଼ା ଜିଲ୍ଲା କେନ୍ଦ୍ରାପଡ଼ା ବ୍ଲକ୍ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତ ର ନରିଲୋ ଗ୍ରାମରେ ବସବାସ କରନ୍ତି ହରିହର ମଳିକଙ୍କ ପରିବାର l ୮ବର୍ଷ ର ପୁଅ, ୫ବର୍ଷ ର ଝିଅ ଓ ସ୍ତ୍ରୀ ଙ୍କୁ ନେଇ ଆଗକୁ ଚାଲିଥାଏ ତାଙ୍କର ସୁଖୀ ପରିବାର l ହରିହର ମଳିକ ଦିନ ମଜୁରିଆ କାମକରି ତାଙ୍କର ଗୁଜୁରାଣ ମେଣ୍ଟାନ୍ତି l କାହିଁକି କେଜାଣି ଏହି ପରିବାରକୁ କାହାର ନଜର ଲାଗିଯାଏ, ଗତ ଜୁନ 21 ତାରିଖ ରେ ବିଦୁତ୍ ଆଘାତରେ ତାଙ୍କର ଅକାଳ ବିୟୋଗ ହୁଏ l ତାଙ୍କ...




