ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୬ତମ ବାର୍ଷିକ କ୍ରୀଡାର ଉଦ୍ଯାପନୀ

ଢେଙ୍କାନାଳ, ୧୯/୧୨- ଢେଙ୍କାନାଳ ସହର ମଧ୍ୟସ୍ଥଳୀରେ ଅବସ୍ଥିତ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୬ତମ ବାର୍ଷିକ କ୍ରୀଡାର ଉଦ୍ଯାପନୀ ହୋଇଯାଇଛି । ଦୁଇଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡାର ପ୍ରଥମ ଦିନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଦେହୁରୀ ବାର୍ଷିକ କ୍ରୀଡାର ମଶାଲ ପ୍ରଜ୍ଵଳିତ କରିବା ସହିତ କ୍ରୀଡା ପତାକା ଉତୋଳନ କରି ବାର୍ଷିକ କ୍ରୀଡାର ଉଦ୍ଘାଟନ କରିଥିଲେ । ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଦେହୁରୀଙ୍କ ତତ୍ତ୍ୱାବଧାନରେ ହୋଇଥିବା ଉଦ୍ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କରୁଣାକର ସେଠୀ ଯୋଗଦେଇ ପ୍ରଥମେ ପ୍ରଧାନଶିକ୍ଷୟିତ୍ରୀ ଓ ସହକାରୀ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଦେବା ସହ ପିଲାମାନଙ୍କୁ ଖେଳପ୍ରତି ଆଗ୍ରହ ରହିବା ଦରକାର ଏବଂ ଖେଳିଲେ ଶାରୀର ସୁସ୍ଥ ରହିବ। ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ଜୟନ୍ତୀ ବେହେରା ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀ ସହଯୋଗ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । କ୍ରୀଡାରେ ଭାଗ ନେଇଥିବା କୃତୀଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ଓ ମେଡାଲ୍ ଦେଇ ପୁରଷ୍କୃତ କରିଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

