କେନ୍ଦୁଝର ଜିଲ୍ଲାରେ ୧୦କେଜି ରୁ ଉର୍ଦ୍ଧ ଗଞ୍ଜେଇ ଜବତ ଦୁଇ ଗିରଫ ଦୁଇଟି ମୋବାଇଲ ଓ ନଗଦ ଟଙ୍କା ଜବତ୍।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ାଥାନା ଅନ୍ତର୍ଗତରେ ଦଶ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ ଦୁଇ ଗିରଫ ନଗଦ ଟଙ୍କା ଦୁଇଟି ମୋବାଇଲ ଫୋନ୍ ଜବତ୍। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଲହଣ୍ଡା ବସଷ୍ଟାଣ୍ଡ ରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ । ଚୋରା ଗଞ୍ଜେଇ ଚାଲାଣ ରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ, ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଯୋଡ଼ା ପୋଲିସ ଲହଣ୍ଡା ବସଷ୍ଟାଣ୍ଡରେ ଗଞ୍ଜେଇ ବିକ୍ରୀ କରିବାକୁ ଅପେକ୍ଷା କରରିଥିବା ୨ଜଣଙ୍କ ଠାରୁ ୧୦କେଜି ୧୮୦ଗ୍ରାମ୍ ଓଜନର ଗଞ୍ଜେଇ ଜବତ କରିଥିଲା । ଗିରଫ ବ୍ୟକ୍ତିମାନେ ହେଲେ ଯୋଡା ଥାନା ୧୦ନମ୍ବର ୱାର୍ଡ଼ ର ଯୋଗେନ୍ ପ୍ରଧାନ ଏବଂ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ବାରାକପୁର ଅଞ୍ଚଳର ଦୁଲାଲ୍ ଚନ୍ଦ୍ର ସରକାର ହୋଇଥିବା ବେଳେ ଜବତ ଗଞ୍ଜେଇ ସହିତ ସେମାନଙ୍କ ଠାରୁ ୬ହଜାର ୭ଶହ ଟଙ୍କା ଏବଂ ୨ଟି ମୋବାଇଲ୍ ଫୋନ୍ ଜବତ ହୋଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-08-09_18-30-10-082.jpg)