କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରୁ ୭୧୩ ଲିଟର ଚୋରା ଦେଶୀ ରନ୍ଧା ମଦ ଓ ପୋଚ ଜବତ କରିଛି ଅବକାରୀ ବିଭାଗ । ଆଜି ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ପାଟକୁରା, ମାର୍ଶାଘାଇ, ଜମ୍ବୁ ମେରାଇନ୍ ଓ ମହାକାଳପଡ଼ା ଥାନା ଅଧୀନ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲ ଅବକାରୀ ବିଭାଗ । ଏହି ସମୟରେ ୭ ଜଣଙ୍କୁ ଗିରଫ କରାଯାଇଛି ।
ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ରହିଛି ।ସୂଚନାନୁଯାୟୀ, ଅବକାରୀ ବିଭାଗ ଗରଜଙ୍ଗା ଗ୍ରାମର ଶାନ୍ତିଲତା ଦାସଙ୍କ ଠାରୁ ୧୭ ଲିଟର୍ ଚୋରା ଦେଶୀ ମଦ, ତାଳସଙ୍ଗା ଗ୍ରାମର ସବିତା ଲେଙ୍କା ଠାରୁ ୩୦ ଲିଟର୍ ଚୋରା ଦେଶୀ ମଦ, ଚନ୍ଦନ ମହାନ୍ତିଙ୍କ ଠାରୁ ୨୬ ଲିଟର୍ ଚୋରା ଦେଶୀ ମଦ, ଡିଙ୍କୁଣୀ ଦାସ ଠାରୁ ୨୦ ଲିଟର୍ ଚୋରା ଦେଶୀ ମଦ, ପ୍ରଭାକରପୁର ଗ୍ରାମର ସରସ୍ଵତୀ ଖିଲାର ଠାରୁ ୮୫ ଲିଟର୍ ଚୋରା ଦେଶୀ ରନ୍ଧା ମଦ, ଚନ୍ଦା ଖିଲାର ଠାରୁ ୩୭୦ ଲିଟର୍ ଚୋରା ଦେଶୀ ରନ୍ଧା ମଦ ଏବଂ ଗଗନ ସ୍ବାଇଁ ଠାରୁ ୬୫ ଲିଟର୍ ଚୋରା ଦେଶୀ ରନ୍ଧାମଦ ଜବତ କରାଯାଇଛି ।



