“ବିଜୁ ଜନତା ଦଳ ତରଫରୁ ଜିଲ୍ଲାପାଳ ଆଦିତ୍ୟ ଗୋୟଳ ଙ୍କୁ ଦାବିପତ୍ର”

ବରଗଡ:୪/୬(ପବିତ୍ର ମେହେର) ବରଗଡ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଆଜି ଜିଲ୍ଲାପାଳଙ୍କୁ ବରଗଡ ଜିଲ୍ଲରେ ଦୁର୍ନୀତି, ସରକାରୀ ଅର୍ଥ ବାଟମାରଣା, ତୋରଣ ନିର୍ମାଣ ନାଁ ରେ ଅର୍ଥ ହଡପ, କେନାଲ ସୌନ୍ଦର୍ଯ୍ୟକରଣରେ ଟେଣ୍ଡର ଫିକ୍ସିଙ୍ଗ ଭଳି ଗୁରୁତର ଅଭିଯୋଗ ନେଇ ଦୁଇଟି ଦାବିପତ୍ର ପ୍ରଦାନ କରାଗଲା l ଅତାବିରା ଓ ଭେଡେନ ଠାରେ ତିନୋଟି ତୋରଣ ଓ ଗୋଟିଏ ଘଣ୍ଟା ଟାୱାର ନିର୍ମାଣ କରାଯାଇଛି l ନିକଟଅତୀତରେ ବରଗଡ଼ ଧନୁଯାତ୍ରା ତୋରଣ ସାମାନ୍ୟ ବର୍ଷାପବନରେ ଭୁଶୁଡି ପଡିବାଦ୍ୱାରା ଧନଜୀବନ କ୍ଷତି ହୋଇ ସାରା ଓଡିଶାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି l ତେଣୁ ଏହି ଗେଟ ତଳେ ଯାତାୟାତ କରୁଥିବା ହଜାର ହଜାର ଜନସାଧାରଣ ଭୟ ଓ ଆଶଙ୍କାରେ ଅଛନ୍ତି, କାଳେ ଗେଟ ଆମ ଉପରେ ପଡିଯାଇପାରେ, କାରଣ ବରଗଡ଼ ଗେଟ ନିର୍ମାଣ କରିଥିବା ଠିକାଦାର ଅତାବିରା ଗେଟ ମଧ୍ୟ ନିର୍ମାଣ କରିଛନ୍ତି l କୋଟି କୋଟି ଅର୍ଥ ଆତ୍ମସାତ କରି ଗୋଟିଏ ଦୁର୍ବଳଢାଞ୍ଚା କୁ ଲୋକଦେଖାଣିଆ ଥୋଇଦିଆହେଇଛି l ବିନା ସୂଚନାଫଳକ, ବିନା ଟେଣ୍ଡର, ବିନା କଂକ୍ରିଟରେ କାମକରି ଟଙ୍କା ଭଗବଣ୍ଟା କରାଯାଇଛି l ଏହି ଫାଇବର ତୋରଣ ନିର୍ମାଣର ସ୍ଥାୟିତ୍ୱ, ବ୍ୟବହୃତ ସାମଗ୍ରୀର ଗୁଣବତ୍ତା ଓ ମାନ, ଟେଣ୍ଡର ପ୍ରକ୍ରିୟା, ଏସ୍ଟିମେଟ ଅନୁଯାୟୀ କେତେ ଖର୍ଚ୍ଚ ହୋଇଛି,ଏହିସବୁ ଦିଗକୁ ଅନୁଧ୍ୟାନ କରିବାପାଇଁ ଏକ ଯାଞ୍ଚ କମିଟି ଗଠନ କରାଯାଇ ତଦନ୍ତ କରାଯାଉ l ଯଦି ବିହିତ ପଦକ୍ଷେପ ନିଆନଯାଏ, ତାହେଲେ ଭବିଷ୍ୟତ ର ସମ୍ଭାବ୍ୟ ଦୁର୍ଘଟଣା ପାଇଁ ଜିଲ୍ଲା ପ୍ରଶାସନ ଓ ଅତାବିରା ବିଧାୟକ ଦାୟି ରହିବେ l
ସେହିପରି ଭେଡେନ କେନାଲ ଉପରମୁଣ୍ଡ ବରଗଡ଼ ଠାରେ ସୌନ୍ଦର୍ଯ୍ୟକରଣ ନାଁ ରେ ଟେଣ୍ଡର ଫିକ୍ସିଂ କରି କଳାତାଲିକାଭୁକ୍ତ ଠିକାଦାରକୁ ବୀନା କାର୍ଯ୍ୟାଦେଶ ରେ କାମଆରମ୍ଭ କରାଯଇଥିଲା, ଅଭିଯୋଗ ପରେ ଅଧାପନ୍ତରିଆ କାମ ବନ୍ଦ କରାଯାଇ Canal SE ଙ୍କୁ ସାଙ୍ଗେ ସାଙ୍ଗେ ବଦଳି କରି ଦିଆଗଲା, ଏବେ ଗୋଟିଏ ମାସ ଭିତରେ କାମ
ନହେଲେ ଭେଡେନ କେନାଲରେ 50% ପାଣି କମିଯିବ , ଫଳରେ ହଜାର ହଜାର ହେକ୍ଟର ଚାଷଜମି ପ୍ରଭାବିତ ହେବ l ଚାଷୀଭାଇଙ୍କ ଜୀବନଜୀବିକା ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହେବ l ତେଣୁ ଏହି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ସରକାର, ଏଠିକାର କୁହାଳିଆ ବିଧାୟକମାନେ ଓ ଜିଲ୍ଲା ପ୍ରଶାସନ ସତର୍କ ହେବାପାଇଁ ଦାବିପତ୍ର ପ୍ରଦାନ କରାଗଲା l ନଚେତ ଆନ୍ଦୋଳନ ଭୟବାହ ରୂପ ନେବ,ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ବୋଲି ବିଜେଡି ତାର ଦାବିପତ୍ର ରେ ଲିଖିତ ଆକାରରେ ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟଳ ଙ୍କୁ ଅଭିଯୋଗ l ତେବେ ଜିଲ୍ଲାପ୍ରଶାସନ ର ପଦକ୍ଷେପ କେବେ..?


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-4-scaled.jpg)
