ଭୟ, ରହସ୍ୟ ଓ ରୋମାଞ୍ଚରେ ଭରପୂର ‘ଦାହାନ’: ରିଲିଜ୍ ହେଲା ଓଡ଼ିଆ ହରର୍ ଫିଲ୍ମର ଟ୍ରେଲର ଭୁବନେଶ୍ୱର: ଓଡ଼ିଆ ସିନେମାରେ ଭୂତ କାହାଣୀକୁ ନେଇ ଆସୁଛି ଏକ ନୂଆ ପ୍ରୟାସ। ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍ସର ବ୍ୟାନର୍ରେ ଗଣେଶ ପୂଜା ଅବସରରେ ଦର୍ଶକଙ୍କୁ ଭେଟିବାକୁ ଯାଉଛି ହରର୍ ଫିଲ୍ମ ‘ଦାହାନ: ଦ ଏଭିଲ୍ ଉଇଦିନ୍’। ଏହି ଚଳଚ୍ଚିତ୍ରର ବହୁ ପ୍ରତୀକ୍ଷିତ ଟ୍ରେଲର ରିଲିଜ୍ ହୋଇଛି। ପୂର୍ବରୁ ଫିଲ୍ମର ଟିଜର ଓ ପ୍ରମୋସନାଲ୍ ଗୀତ ଦର୍ଶକଙ୍କ ମଧ୍ୟରେ ଭଲ ଆଗ୍ରହ ସୃଷ୍ଟି କରିଥିବା ବେଳେ ଟ୍ରେଲରକୁ ନେଇ ମଧ୍ୟ ଉତ୍ସାହ ବଢ଼ିଛି। ଟ୍ରେଲର ରିଲିଜ୍ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଫିଲ୍ମର ନିର୍ଦ୍ଦେଶକ ଅନୁପମ...



