ପାଠ ପଢ଼ା ସରିବା ପରେ କ’ଣ କରିବେ? ଯୁବପୀଢ଼ିଙ୍କ ପାଇଁ କେଉଁ କ୍ୟାରିୟର ହେବ ଶ୍ରେଷ୍ଠ ବିକଳ୍ପ, ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ବିଦ୍ୟାଳୟ ଏବଂ କଲେଜର ପାଠପଢ଼ା ସରିବା ପରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ମନରେ ଏକ ସାଧାରଣ ପ୍ରଶ୍ନ ଉଙ୍କି ମାରେ – “ଆଗକୁ କେଉଁ ଲାଇନରେ ଯିବି?” କ୍ୟାରିୟର ଗଠନର ଏହି ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ, ଅନେକ ସମୟରେ ଉପଯୁକ୍ତ ମାର୍ଗଦର୍ଶନ ଅଭାବରୁ ଯୁବପୀଢ଼ି ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ବର୍ତ୍ତମାନର ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ କେବଳ ପାରମ୍ପରିକ ଚାକିରି ନୁହେଁ, ବରଂ ଅନେକ ନୂତନ କ୍ଷେତ୍ର ମଧ୍ୟ ନିଯୁକ୍ତିର ବଡ଼ ସୁଯୋଗ ସୃଷ୍ଟି କରୁଛି। ଆସନ୍ତୁ ନଜର ପକାଇବା...



