ଭୁବନେଶ୍ଵର: ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଚାଲିଥିବା ‘ସ୍ୱତନ୍ତ୍ର ସଘନ ସଂଶୋଧନ’ କାର୍ଯ୍ୟକ୍ରମ ଅଧୀନରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ବୁଥ୍ ସ୍ତରୀୟ ଅଧିକାରୀ-ବି.ଏଲ.ଓ.ଙ୍କ ଠାରୁ ପରିଗଣନା ଫର୍ମ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ସୁଦୃଢ଼ ଗଣତନ୍ତ୍ର ଗଠନ ପାଇଁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ଓ ତାହାର ତ୍ରୁଟିହୀନତା ଅତ୍ୟନ୍ତ ଜରୁରୀ।



