ପବିତ୍ରନଗର ଠାରେ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନ ଙ୍କ ୩୮ତମ ତିରୋଧାନ ଦିବସ ପାଳିତ ହୋଇଛି

ଆଜି ଅନଗୁଳ ଜିଲ୍ଳା କଣିହାଁ ବ୍ଳକ ଅନ୍ତର୍ଗତ ସ୍ୱର୍ଗତ ପଵିତ୍ର ମୋହନ ପ୍ରଧାନ ଙ୍କ ୩୮ ତମ ତିରୋଧାନ ଦିବସ ବବିତ୍ରନଗର ହାଇସ୍କୁଲ ପଡିଆ ଠାରେ ଅବସ୍ଥିତ ପବିତ୍ର ମୋହନ ପ୍ରଧାନ ଙ୍କ ସ୍ମୃତି ପୀଠ ଠାରେ ଏକ ସ୍ମୃତି ସଭା ଆଞ୍ଚଳିକ ବିପ୍ଲବୀ ପବିତ୍ରମୋହନ ଫାଉଣ୍ଡେସନ ପବିତ୍ର ନଗର ତରଫରୁ ଆୟୋଜିତ ହୋଇଥିଲା ,କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ରବି ନାରାୟଣ ଜେନା ମୋହଦୟ, ଫାଉଣ୍ଡେସନ ର ସଭାପତି ମାନସ ରଞ୍ଜନ ପ୍ରଧାନ, ସମ୍ପାଦକ ଲମ୍ବୋଦର ପ୍ରଧାନ,ଉପ ସଭାପତି ମହେଶ୍ୱର ସାମଲ,ଶିକ୍ଷାବିତ ପୁରୁଷୋତ୍ତମ ବେହେରା,ଯୁବ ନେତା ତଥା ଫାଉଣ୍ଡେସନ ର କୋଷାଧ୍ୟକ୍ଷ ସୁବାସ ମହାନ୍ତି,ଅବନୀ କାନ୍ତ ଦେହୁରୀ,ନିତ୍ୟା ନନ୍ଦ ବିଶ୍ୱାଳ,ଧ୍ରୁବ ଚରଣ ବିଶ୍ୱାଳ, ବିରଞ୍ଚି ନାରାୟଣ ସାହୁ,ତପନ କୁମାର ବେହେରା,ଯୁବ ସମାଜ ସେବୀ ସୁକାନ୍ତ ମହାନ୍ତି, ବରିଷ୍ଠ ଶିକ୍ଷାବିତ ଲମ୍ବୋଦର ପ୍ରଧାନ, ପ୍ରସନ୍ନ ସାହୁ, ଅରୁଣ କୁମାର ସାହୁ,ଯୁଗଳ କିଶୋର ସାହୁ, ପାଣ୍ଡବ ସାହୁ ପ୍ରମୁଖ ଯୋଗଦେଇ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଗଡ ଜାତ ଆନ୍ଦୋଳନ ର ମୁଖ୍ୟ ପୁରୋଧା ସ୍ବର୍ଗତ ପବିତ୍ର ମୋହନ ପ୍ରଧାନ ଙ୍କ ୩୮ ତମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ସ୍ମୃତି ଚାରଣ କରିଥିଲେ l ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରୁ ସୁନୀଲ କୁମାର ସାମଲ ଙ୍କ ରିପୋର୍ଟ,




