ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ଆଜିଠାରୁ କଣ୍ଟ୍ରୋଲରେ ମିଳିବ ଅତିରିକ୍ତ ୫ କିଲୋ ଚାଉଳ । ସରକାର ଘୋଷଣା କରୁଥିବା ମୁଣ୍ଡପିଛା ଅତିରିକ୍ତ ୫ କିଲୋ ଚାଉଳ କଣ୍ଟ୍ରୋଲରେ ଦିଆଯାଉଛି । ଏପ୍ରିଲ ମାସଠାରୁ ପିଛଲା ଭାବରେ ଅର୍ଥାତ ଏପ୍ରିଲରୁ ଜୁନ ଯାଏଁ ତିନି ମାସର ଚାଉଳ ୧୫ କିଲୋ ମୁଣ୍ଡ ପିଛା ଦିଆଯାଉଛି ।
ହିତାଧିକାରୀମାନେ ଚାଉଳ ପାଇଁ ଖୁସି ଥିବା କହିଛନ୍ତି । ଚାଉଳ ଉପରେ ନିର୍ଭର କରୁଥିବା ଅନେକ ହିତାଧିକାରୀ ଏହା ଫଳରେ ଉପକୃତ ହେବେ ।



