କଳାସାମ୍ରାଜ୍ୟର ଅଘୋଷିତ ରାଜା,କେଉଁ ଅଧିକାରୀଙ୍କ ବଳରେ ବଳୀୟାନ ଏ ରଞ୍ଜନ ତନ୍ତୀ ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ରାଜ୍ କରୁଛି କଳା ସାମ୍ରାଜ୍ୟର ଅଘୋଷିତ ରାଜା ରଞ୍ଜନ ତନ୍ତୀ, ତାକୁ ରାଜା କରାଇବାରେ ସାହାଯ୍ୟ କରୁଛନ୍ତି କିଛି ସ୍ଥାନୀୟ ଆଞ୍ଚଳିକ ପ୍ରଶାସନିକ ଅଧିକାରୀ, କିଏ ସେ ଅଧିକାରୀ କାହା ବଳରେ ବଳୀୟାନ ରଞ୍ଜନ ତନ୍ତୀ। କିଛି ବିଶେଷ ସୂତ୍ରରୁ ଖବର ପାଇ ଏ ଅଘୋଷିତ କଳା ସାମ୍ରାଜ୍ୟର ଅଧିକାରୀ ରଞ୍ଜନ ତନ୍ତୀ ର ଉତ୍ତମସିଂ ହାଟ୍ଟିଂ ସ୍ଥିତ ଘରୁ ବଡ଼ବିଲ ବନବିଭାଗ ସହ ଅନ୍ୟ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ପାଖାପାଖି ୪୦ଟନ୍ ରୁ ଉର୍ଦ୍ଧ ମାଙ୍ଗାନିଜ ସହ ଗୋଟିଏ ହାଇୱାଆ ଓ ଗୋଟିଏ ବୋଲେରୋ ଗାଡ଼ିକୁ ଜବତ୍ କରିଛି ବଡ଼ବିଲ ବନ ବିଭାଗ।ଯାହାକି ସୂଚନା ରହିଛି କିଛି ଅସାଧୁ ଆଞ୍ଚଳିକ ପ୍ରଶାସନିକ ଅଧିକାରୀ ଏହି ରଞ୍ଜନ ତନ୍ତୀ ମୁଣ୍ଡ ଉପରେ ତାଙ୍କର ଆଶୀର୍ବାଦ ଦେଇ ମୋଟା ଅଙ୍କର କମିସନ୍ ଖାଉଛନ୍ତି। ଯାହା ଫଳରେ ଅଘୋଷିତ ରାଜା ସାଜିଛି ଏ ରଞ୍ଜନ ତନ୍ତୀ। ଯାହାକି ସୂଚନା ରହିଛି ବିଗତ ଦିନରେ ଏକାଧିକ ବାର ଖଣି ଚୋରୀ ଅଭିଯୋଗରେ ଏହି ରଞ୍ଜନ ତନ୍ତୀ ର କଳା କାରନାମା ସାମ୍ନାକୁ ଆସିଥିବା ବେଳେ କେଉଁ ଆଞ୍ଚଳିକ ଅଧିକାରୀଙ୍କ ବଳରେ ଆଜି ପର୍ଯ୍ୟନ୍ତ ରାଜ୍ କରୁଛି କଳା ସାମ୍ରାଜ୍ୟର ଅଘୋଷିତ ରାଜା ରଞ୍ଜନ ତନ୍ତୀ। ଯଦି ଅପରାଧିକ କାର୍ଯ୍ୟକଳାପ ରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ଉପରେ ବୁଲ୍ଡଜର ଚାଲୁଛି ତେବେ ସରକାରଙ୍କ ରାଜସ୍ବ କୁ ହଡପ କରୁଥିବା ବ୍ୟକ୍ତି ରଞ୍ଜନ ତନ୍ତୀ କୁ କେଉଁ ଆଞ୍ଚଳିକ ଅଧିକାରୀଙ୍କ ସୁରକ୍ଷା ରହିଛି ତାହା ନିଶ୍ଚିନ୍ତ ତଦନ୍ତ ସାପେକ୍ଷ, କଣ ସେ ଅଧିକାରୀ ସରକାରଙ୍କ ଠାରୁ ଦରମା ଗ୍ରହଣ କରୁଛନ୍ତି ନା କଳା ସାମ୍ରାଜ୍ୟର ଅଘୋଷିତ ରାଜା ରଞ୍ଜନ ତନ୍ତୀର ଦୟାରେ ଚାଲୁଛନ୍ତି, ଏହିଭଳି ଆଇନ ବିରୁଦ୍ଧରେ ଯାଇ ଅପରାଧୀଙ୍କୁ ଘଣ୍ଟ ଘୋଡାଇ ଓ ତାଙ୍କ ଛତ୍ରଛାୟାରେ ରହୁଥିବା ଅଧିକାରୀଙ୍କୁ ଚିହ୍ନଟ କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରା ନ ଗଲେ ଅଞ୍ଚଳରେ ଅଧିକାରୀ କମ୍ ସରକାରୀ ଦଲାଲ୍ ଅଧିକ ଲୋକଙ୍କ ମଧ୍ୟରେ ଦେଖାଦେବେ। ବିଗତ ଦିନରେ ହାଇୱା ଗାଡ଼ି ଯାହାର no OD 09P 5220 ଓ OD 09V 3718, ଦୁଇ ଗାଡ଼ି ମାଲିକ ସାଇଡିଂ ରେ ପିଲେଟ୍ ଅନଲୋଡ୍ କରିବାବଦଳେ ଉକ୍ତ ପିଲେଟ୍ କୁ ନେଇ ଉତ୍ତମସିଂ ହଟ୍ଟିଂ ସ୍ଥିତ କଳାବଜାର ର ଅଘୋଷିତ ରାଜା ରଞ୍ଜନ ତନ୍ତୀ ର ୟାଡ ରେ ପକେଇଥିଲେ, ପରବର୍ତ୍ତୀ ସମୟରେ ଉକ୍ତ ପିଲେଟ୍ ର ଚାଲାଣ କୁ ରିଶିଭ କରାଇବାକୁ ବଡ଼ବିଲ ରୁଙ୍ଗଟା ସାଇଡିଂ କୁ ଅନ୍ୟ ଦୁଇ ସହଯୋଗୀ ବାବୁ ତିୱାରୀ ଓ ରାଘବ ଝା ଯାଇଥିବା ବେଳେ କମ୍ପାନୀ କର୍ମଚାରୀ ଓ ଉକ୍ତ ଦୁଇଯୁବକ ମଧ୍ୟରେ ବଚସା ହୋଇଥିଲା ଏବଂ ସୁରକ୍ଷାକର୍ମୀ ଘଟଣା ସ୍ଥଳରେ ପହଞ୍ଚି ବାରୁ ଉକ୍ତ ଦୁଇ ଯୁବକ ସେଠାରୁ ଫରାର ହୋଇଯାଇ ଥିଲେ, ଯାହାକୁ ନେଇ ବଡ଼ବିଲ ପୋଲିସ୍ କୁ ସୂଚନା ଦିଆଯିବା ପରେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚିଥିଲା ପରବର୍ତ୍ତୀ ସମୟରେ କଣ ଘଟିଛି ତାହା ସମସ୍ତଙ୍କୁ ଜଣା। ଏବଂ ଗାଡ଼ି ଦୁଇଟିକୁ ଖୋଜାଖୋଜି କରିବାକୁ ଦୁଇଟି ଗାଡି ବଡବିଲ ବସଷ୍ଟାଣ୍ଡ ନିକଟ ପାର୍କିଂ ରେ ଥିବା ଦେଖି ଗାଡିର ଚାଳକ କୁ ପଚାର ଉଚୁରା ପରେ, ପୋଲିସ୍ ରଞ୍ଜନ ତନ୍ତୀ ର କଳା ସାମ୍ରାଜ୍ୟର ଠିକଣାରେ ପହଞ୍ଚି ସେଠାର ଦୃଶ୍ୟ ଦେଖି ଚକିତ ହୋଇଥିଲା। ରଞ୍ଜନ ତନ୍ତୀ ର ଉକ୍ତ କଳା ସାମ୍ରାଜ୍ୟରେ ଆଇରନ ଫାଇନ୍ସ ଗୁଣ୍ଡ, ଆଇରନ ପିଲେଟ୍, କୋଇଲା ସହ ଏସବୁକୁ ଲୋଡ୍ ଅନଲୋଡ ପାଇଁ ଏକ ଲୋଡର NO OR 04G 5940, ଓ OR 02BF 7855, ଏବଂ OD02CV 4478 ଦୁଇଟି କାର୍ ଥିଆଠିବା ଦେଖିବାକୁ ମିଳିଥିଲା। ଯାହା ସୂଚନା ରହିଛି ଏହି ରଞ୍ଜନ ତନ୍ତୀ ଦିନେ ବାରବୁଲା ଭଳି ବୁଲୁଥିଲା ହଠାତ୍ ରାଜାଙ୍କ ଭଳି ରୂପ ଢଙ୍ଗ ଆସିଲା କେଉଁଠୁ ତାର, ସେ ପୋଲିସ୍ ଆଖିରେ ଧୁଲିଦେଇ ଏତେବଡ଼ କଳା ସାମ୍ରାଜ୍ୟର ବିସ୍ତାର କଲା କିପରି ନା ଆଞ୍ଚଳିକ ପ୍ରଶାସନ ଅଧିକାରୀଙ୍କ ମଧ୍ୟରେ ଅଘୋଷିତ କଳା ସାମ୍ରାଜ୍ୟର ରାଜା ରଞ୍ଜନ ତନ୍ତୀ ମଧ୍ୟରେ ମଧୁଚନ୍ଦ୍ରିକା ରହିଛି ଏହା ନିଶ୍ଚିନ୍ତ ତଦନ୍ତ ସାପେଖ୍ୟ। ରଞ୍ଜନ ତନ୍ତୀ କିପରି ଏତେ ବଡ କଳା ସାମ୍ରାଜ୍ୟର ବିସ୍ତାର କଲା କାହା ଛତ୍ର ଛାୟାରେ ଓ ପୋଲିସ୍ ଏହାର ଟେର୍ ପାଇନଥିଲା କିପରି ଏହା ଜନସାଧାରଣ ଙ୍କ ମନରେ ସନ୍ଦେହ ସୃଷ୍ଟି କରେ। ତେବେ ଏହି ଅଞ୍ଚଳରେ ଖୁଲମ୍ ଖୁଲା, ସ୍କାର୍ପ, ଲୁହା ଆଇରନ, କୋଇଲା, କଳାବଜାରୀ ହେଉଥିବା ଅଭିଯୋଗ ହୁଏ, ଯାହାପାଇଁ କଳାବଜାରୀ କରୁଥିବା ମାଫିଆ ମାନେ ବିଭିନ୍ନ ସ୍ଥାନରେ ସ୍ଵତନ୍ତ୍ର ଷ୍ଟକ୍ ୟାଡ଼ ନିର୍ମାଣ କରିଥିବା ଦେଖିବାକୁ ମିଳେ। ତେବେ ଆଜିର ଘଟଣା କ୍ରମରେ ବିଡମ୍ବନା ର ବିଷୟ ଖଣି ବିଭାଗର ଅଧିକାରୀ ମଜିଷ୍ଟେଟ, ଓ ସ୍ଵତନ୍ତ୍ର ଭାବରେ ବନ ବିଭାଗ କତୃପକ୍ଷ କାର୍ଯ୍ୟ କରୁଥିବା ବେଳେ ଇଥିରେ ବଡ଼ବିଲ ପୋଲିସ୍ ପ୍ରଶାସନର ସହଭାଗିତା ନଥିବା ପରିଲକ୍ଷିତ ହୋଇଥିଲା ଯାହାକି ଆମର ସନ୍ଦେହ କୁ ଅଧିକ ଘନୀଭୂତ କରୁଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)