କେନ୍ଦୁଝରଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ୩୨ଟିକିଆ ହାତୀପଲଙ୍କ ମେଳି।
କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ସୀମା ରେ ଏକାଠି ହେଲେ ୩୨ ଟିକିଆ ହାତୀପଲ। ପୂର୍ବରୁ ଚମ୍ପୁଆ ରେଞ୍ଜରେ ଥୂବା ସାତଟିହାତୀ ଓ ଦୁଇ ଦିନ ତଳେ ଚମ୍ପୁଆ ରେଞ୍ଜକୁ ମୟୁରଭଞ୍ଜ ରୁ ଲେଉଟି ଆସିଥିବା ୨୫ଟିକିଆ ହାତୀପଲ ଏକାଠି ହୋଇ ଥୂବା ଦେଖାଯାଇଛି। ଗତ ରାତି ୨୫ ଟିକିଆ ହାତୀ ପଲ ବୈତରଣୀ ନଦୀ ପାର ହୋଇ କେଶରୀ ଗାଁ ରବର ବଗିଚା କୁ ଯାଇଥିବା ବେଳେ ସେପଟୁ ମୟୁରଭଞ୍ଜ ରୁ ଗତକାଲି ଲେଉଟୁ ଥୂବା ସାତ ଟିକିଆ ହାତୀ ପଲ ଚମ୍ପୁଆ ରେଞ୍ଜ ସରେଇ ବୈତରଣୀ କୂଳରେ ମୟୂରଭଞ୍ଜ ର କେଶରୀ ରବର ବଗିଚାରେ ଏକାଠି ହୋଇଥିବା ବେଳେ ହାତୀ ପଲ ଯେ କୌଣସି ସମୟରେ ଚମ୍ପୁଆ ରେଞ୍ଜ କୁ ଆସି ପାରନ୍ତି ବୋଲି ଅନୁମାନ କରାଯାଉଛି। ହାତୀ ପଲରେ ୧୪ ଟି ଦନ୍ତାହାତୀ ଥୂବା ବେଳେ ୧୦ ଟି ମାଈ ଓ ୮ ଟି ଛୁଆ ହାତୀ ଥୂବା ବନ ବିଭାଗ ସୂଚନା ଦେଇଛି। ହାତୀ ପଲ ଉପରେ ବନ ବିଭାଗ ନଜର ରଖୁଥୁବା କହୁଥିବା ବେଳେ ଏତେ ସଂଖ୍ୟକ ହାତୀ ଙ୍କୁ ନେଇ ଚମ୍ପୁଆ ରେଞ୍ଜର ସରେଇ,ଟୁଣଟୁଣା, କାଟୁଳିକନା ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।ହାତୀ ପଲ ଦିନବେଳା ରବର ବଗିଚା ରେ ରହି ଚମ୍ପୁଆ ରେଞ୍ଜ ମୁହାଁ ହୋଇଛନ୍ତି । ଏଣୁ ସନ୍ଧ୍ୟା ହେଲା ମାତ୍ରେ ହାତୀ ପଲ ବୈତରଣୀ ନଦୀ ପାରହୋଇ ଏହି ତିନୋଟି ଗ୍ରାମର ଯେକୌଣସି ଗାଁ ମଧ୍ୟ ଦେଇ ଚମ୍ପୁଆ ରେଞ୍ଜକୁ ପଶି ଆସିବାର ଆଶଙ୍କା ରହିଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



