ନୂତନ ମାଉସୀ ମା ମନ୍ଦିର ଉପେରେ ବଜ୍ରପାତ

ଭଟଲି :- ପଶ୍ଚିମ ଓଡିଶା ର ଶ୍ରୀକ୍ଷେତ୍ର ଭଟଲି ରେ ଥିବା ଦଧିବାମନ ମହାପ୍ରଭୁ ଙ୍କ ମାଉସୀ ମା ଅର୍ଦ୍ଧାସିନି ଦେବୀ ଙ୍କ ମନ୍ଦିର ରେ ସୋମବାର ଅପରାହ୍ନରେ ପ୍ରାୟ 3 ଟା ସମୟ ରେ ବର୍ଷା ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ ମନ୍ଦିର, ଘର, ଗୃହ ବିଦ୍ୟୁତ୍ ଉପକରଣ ଆଦି ନଷ୍ଟ ହୋଇଥିବା ଖବର ହସ୍ତଗତ ହୋଇଛି। ଖବରରୁ ଜଣାପଡ଼ିଛି, ପଶ୍ଚିମଓଡିଶା ଶ୍ରୀକ୍ଷେତ୍ର ଭଟଲି ବିଜୟା ଛକର ରଥ ଦାଣ୍ଡ ପଡିଆରେ ଥିବା ନୂତନ ମାଉସୀ ମା ମନ୍ଦିରର ଗଜା ନିକଟରେ ଏବଂ ମନ୍ଦିର ବିଭିନ୍ନ ଭିନ୍ନ ସ୍ଥାନରେ ମଧ୍ୟ ବଜ୍ରପାତ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି। ମନ୍ଦିରରେ ଆର୍ଥିଙ୍ଗ ଲଗାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଆଜିର ଏହି ବଜ୍ରପାତରେ ଭଟଲିର ଅନେକ ଲୋକଙ୍କ ଘରେ ଟିଭି, କୁଳର, ଇନ୍ଭାଟର, ବଳବ, ପଙ୍ଖା ଆଦି ପୋଡି ଯାଇଥିବା ସୂଚନା ମିଳିଛି।




