ମହିଚଲା ବାଲାଜୀ ସରକାରୀ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ରେ କୃତି ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

ଜୁନାଗଡ଼ :-(ବାଲେଶ୍ୱର ସୁନାନୀ )କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମହିଚଲl ବାଲାଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବୁଧବାର ଦିନ ବିଦ୍ୟାଳୟ ପ୍ରାଙ୍ଗଣରେ ୨୦୨୫/୨୬ ଶିକ୍ଷାବର୍ଷ ରେ ସଫଳତା ହାସଲ କରିଥିବା କୃତୀ ଛାତ୍ର ଛାତ୍ରୀମାନଙ୍କୁ ଏକ ସମ୍ବର୍ଦ୍ଧନା ସଭା ଅଧ୍ୟକ୍ଷ ଶ୍ରୀ ମଳୟ କୁମାର ମୁଣ୍ଡଙ୍କ ଅଧ୍ୟକ୍ଷତା ରେ ଆୟୋଜନ କରାଯାଇଥିଲା l ଉକ୍ତ ସଭାରେ ପୂର୍ବତନ ସରପଞ୍ଚ ଅଜୟ କୁମାର ବେହେରା, ପୂର୍ବତନ ଭାରପ୍ରାପ୍ତ ଅଧ୍ୟକ୍ଷ ଦେବଦତ୍ତ ପାଢ଼ୀ, କାଲୋପଲl ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋରଞ୍ଜନ ସିଂ, ପୂର୍ବତନ ହିନ୍ଦୀ ଶିକ୍ଷକ ପ୍ରତାପ କୁମାର ଠାକୁର ଏବଂ ବିଦ୍ୟାଳୟ ପରିଚାଳନା କମିଟି ମେମ୍ବର ଶାନ୍ତନୁ ବଣିଆ ମଞ୍ଚସିନା ହୋଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ରେ A1 ଆଦ୍ୟସା ବଣିଆ, A2 ଟିକିମଣୀ ଶବର, ଓମପ୍ରକାଶ ଶବର, ଓମପ୍ରକାଶ ଭାଟି, ଇପ୍ସିତା ବଣିଆ, ପ୍ରୟାଶ ବଣିଆ ଏବଂ ଦ୍ୱାଦଶ ଶ୍ରେଣୀ ରେ ଶ୍ରେଷ୍ଠ ନମ୍ବର ରଖି କୃତିତ୍ୱ ଅର୍ଜନ କରିଥିବା ତୁଳସୀ କର, ସ୍ନେହା ପଟ୍ଟନାୟକ ଓ ଅରବିନ୍ଦ ସିଂ କୁ ସମୁର୍ଦ୍ଧନା କରାଯାଇଥିଲା l ଜିଲ୍ଲା ସ୍ତରୀୟ NCC କେମ୍ପ ରେ ଭଲିବଲ ରେ ରନର୍ସଅଫ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ଖେଳ ଶିକ୍ଷକ ଜୟପ୍ରକାଶ ଜେନା ଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା l ଅତିଥି ଗଣ ସମସ୍ତ ଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହ କରିବା ପାଇଁ ବିଦ୍ୟାଳୟ ସ୍ଥାପନ ଦିନରୁ ଅଦ୍ୟାବଧି ସର୍ବ ପ୍ରଥମ A1 ପାଇଧିବା ଛାତ୍ର ଛାତ୍ରୀ ମାନଙ୍କୁ ଆଦ୍ୟାଶା ଭଳି ହେବାପାଇଁ ପରାମର୍ଶ ଦେଇଥିଲେ ଏବଂ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅବିଭାବକ ମାନଙ୍କୁ ଶ୍ରେୟ ବୋଲି ପ୍ରଦାନ କରିଥିଲେ l ଶିକ୍ଷକ ସୂର୍ଯ୍ୟ ପ୍ରସାଦ ଠାକୁର ମଞ୍ଚ ପରିଚାଳନା କରିଥିଲେ l ଜୟନ୍ତୀ ସାହୁ ସ୍ୱାଗତ ଅବିଭାଷଣ ପ୍ରଦାନ କରିଥିବା ବେଳେ ଅନନ୍ତ ଶବର ଧନ୍ୟବାଦ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମାଧ୍ୟମିକ ଉଛ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ l



