ରାଜ୍ୟ ସ୍ତରୀୟ ୧୫ “ତମ “ବ°ନ୍ଧୁକ ଚାଳନା ପ୍ରତିଯୋଗିତାରେ, ତାଳଚେର ୧୦ଟିପଦକ ହାସଲ |
ତାଳଚେର ତା ୨୦-୬-୨୦୨୬ ରିଖ ତାଳଚେର ରାଇଫଲ କ୍ଲଵ ରୁ ୧0ଜଣ ପ୍ରତିଯୋଗୀ ମେଡଲ ପାଇବାରେ ସଫଳ ଲାଭ କରିପାରିଛନ୍ତି | ଏଥିରେ ତାଳଚେର ରାଇଫଲ କ୍ଲବର କୋଷାଧକ୍ଷ ଶ୍ରୀଯୁକ୍ତ ପ୍ରମୋଦ ଚନ୍ଦ୍ର ସାହୁ. •୨୨ପିସ୍ତଲ ସିନିୟର ଭେଟରାନ ରେ ସ୍ୱର୍ଣ ପଦକ ହାସଲ କରିଥିବାବେଳେ ସ°ମ୍ପାଦକ ଶ୍ରୀଯୁକ୍ତ ସରତ ଦେବ •୨୨ପିସ୍ତଲ ମାଷ୍ଟର ରେ ରୌପ୍ୟ ପଦକ, ମନୋରଞ୍ଜନ ଦାସ •୨୨ପିପି ସାଇଡ ରାଇଫଲ ରେ ରୌପ୍ୟ ପଦକ, ୟୁଥ ଗ୍ରୁପ ରେ ସୋମନାଥ ବାରିକ •୧୭୭ପିପିସାଇଡ ରାଇଫଲ ରେ ସ୍ଵର୍ଣ ପଦକ, ସାଇନା ସାହୁ ସ୍ୱର୍ଣ ପଦକ, ଆରୟମାନ ସିଂଘାନିଆଁ. •୨୨ପିପ ସାଇଡ ରାଇଫଲ ରେ ସ୍ଵର୍ଣ ପଦକ ରୀତିକା ରାଜ ରୋପ୍ୟ ପଦକ, ଆୟୁଷ୍ମାନ ଦାସ ରୌପ୍ୟ ପଦକ, ଅମ୍ରିତ ଆନନ୍ଦ ରୌପ୍ୟ ପଦକ, ଶୁଭମ ମହାପାତ୍ର କଂଶୟ ପଦକ ହାସଲ କରି ଅନଗୁଳ ଜିଲ୍ଲାରେ ଗୌରବ ଆଣିବାରେ ସକ୍ଷମ ହୋଇପାରିଛନ୍ତି |



