ସାମ୍ବାଦିକ ଗୌରବ ସ୍ୱର୍ଗତ ଦିବାକର ମିଶ୍ରଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ।।
ତାଳଚେର,୨୬/୬: ତାଳଚେର ର ଜଣା ଶୁଣା ସାମ୍ବାଦିକ ତଥା ବିଶିଷ୍ଟ କାଟୁନିଷ୍ଟ ସାମ୍ବାଦିକ ଗୌରବ ସ୍ୱର୍ଗତ ଦିବାକର ମିଶ୍ରଙ୍କ ୧୧୦ ତମ ଜୟନ୍ତୀ ତାଳଚେର ସହର ର ବଜାର ଛକ ଠାରେ ପାଳିତ ହୋଇଯାଇଛି। ଏଥିରେ ତାଳଚେର ପୌର ପରିଷଦ ର ନଗର ପାଳ ପବିତ୍ର ଭୂତିଆ ଓ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଯଯାତୀ ପଟ୍ଟନାୟକ ଅତିଥି ଭାବେ ଯୋଗଦାନ ରେ ଏହି ପୂଜ୍ୟ ପୁଜା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତାଳଚେର ର ମୂରବୀ କୁହାଯାଉଥିବା ସାମ୍ବାଦିକ ଗୌରବ ସ୍ବର୍ଗତ ଦିବାକର ମିଶ୍ରଙ୍କ ପ୍ରତିମୂର୍ତ୍ତୀରେ ଉପସ୍ଥିତ ଅତିଥି ନିମନ୍ତ୍ରିତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ରାଜନେତା ମାନେ ମାଲ୍ୟାର୍ପଣ କରିଥିଲେ। ଏଵଂ ସ୍ଵର୍ଗତ ଦିବାକର ମିଶ୍ରଙ୍କ ଜୀବନୀ ଉପରେ ଆଧାରିତ ସ୍ମୃତି କୁ ମନେ ପକାଇ ଶ୍ରଦ୍ଧାଂଜଳି ପ୍ରଦାନ କରିଥିଲେ। ସେହିପରି ତାଳଚେରେ ହାଟତୋଟା ସ୍ଥିତ ପ୍ରେସ କ୍ଲବ ପରିସରରେ ସାମ୍ବାଦିକ ମାନେ କ୍ଲବ୍ ପକ୍ଷରୁ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ସଭାରେ ସାଧାରଣ ସମ୍ପାଦକ ଡ. ରଶ୍ମିରଞ୍ଜନ ମିଶ୍ର, ସାମ୍ବାଦିକ ତପନ କୁମାର ମହାରଣା, ବିଜୟ କୁମାର ଦେବତା, ପ୍ରକାଶ ସାହୁ, ଗିରିଶ ସାମଲ, ସମାଜସେବୀ କ୍ଷୀରୋଦ ସାହୁ , ଚିତ୍ତରଞ୍ଜନ ପାଣି, , ବିଜୟ ଦେବତା, ମଦନ ମୋହନ ସାହୁ,ରାଜ କିଶୋର ସାହୁ , ମହିଳା ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷା ସୋଭାଗିନି ଦେବୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମିଶ୍ରଙ୍କର ଜୀବନ ଦର୍ଶନ ଏବଂ ତାଙ୍କର କର୍ମମୟ ଜୀବନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ସଭା ପ୍ରାରମ୍ଭରେ ଉପସ୍ଥିତ ଅତିଥି ବୃନ୍ଦ ସ୍ୱର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ସାମ୍ବାଦିକ ଦେବୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବଜାର ଛକ ଠାରେ ଜୟନ୍ତୀ ଉତ୍ସବ ରେ ଉପସ୍ଥିତ ଥିବା ଅନ୍ୟମାନଙ୍କ ମଧ୍ୟରେ , ପୂର୍ବତନ ନଗରପାଳ କେଶବ ଭୂତିଆ, ଢେ଼ଙ୍କାନାଳ ସାଂସଦ ଙ୍କ ପ୍ରତିନିଧି ଜିତେନ୍ଦ୍ର କୁମାର ଦାସ,ବରିଷ୍ଟ ଆଇନ ଜିବୀ ତଥା ପୂର୍ବତନ ସରକାରୀ ଓକିଲ ଗିରିଜା ଶଙ୍କର ମିଶ୍ର,ବିଜେଡ଼ି ନେତା ଜ୍ୟୋତି ରଞ୍ଜନ ଦାସ କାଉନ୍ସିଲର ଆସିଫ୍ ଖାନ୍, ସନ୍ତୋଷ କୁମାର ବେହେରା, ବାବୁନି ସ୍ୱାଇଁ, ଦେବନ୍ ବେହେରା, ସାମ୍ବାଦିକ ଭାଗିରଥି ମହାପାତ୍ର , ମନୋଜ ମହାପାତ୍ର ,ପ୍ରଦୀପ ମହାରଣା, ବଜରଙ୍ଗ ଅଗ୍ରୱାଲା, ସୌଭାଗ୍ୟ ମହାରଣା, ନରତ୍ତୋମ ସାମନ୍ତ, ବିଜି ସାହୁ,ସମାଜସେବୀ ବେଣୁଧର ଦାସ,ସ୍ମୃତିକମିଟି ସଂଯୋଜକ ତପନ ମହାରଣା, ସାମ୍ବାଦିକ ଦେବୀ ମିଶ୍ରଙ୍କ ସମେତ ବହୁ ବୁଦ୍ଧିଜୀବୀ, ବ୍ୟବସାୟୀ ଓ ଜନସାଧାରଣ ସ୍ୱର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସିଟିଜେନ୍ ଫୋରମ୍ ଆବାହକ ଜିତେନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ରାମଚନ୍ଦ୍ର ବଜାର ଠାରେ ଥିବା ପବ୍ଲିକ୍ ସର୍ଭିସ୍ ୟୁନିଟ୍ ଠାରେ ସ୍ୱର୍ଗତ ମିଶ୍ରଙ୍କ ଜୟନ୍ତୀ ପାଳିତ ହୋଇଛି।

June 26, 2026/
No Comments


