କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ୫୭ ତମ ଜନ୍ମ ଦିବସ ପାଳିତ
ତାଳଚେର,୨୬/୬: ମା ହିଙ୍ଗୁଳା ମାଟିର ଗର୍ବ ଗୌରବ, ଓଡିଶା ରତ୍ନ, ତାଳଚେର ମାଟିର ପୁଅ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (ମୁକୁ )ଭାଇଙ୍କର ୫୭ ତମ ଜନ୍ମ ଦିବସ ଆଜି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଜେପି ନେତା ତଥା ସମାଜସେବୀ ଶ୍ରୀ ବିଭୁତି ସାହୁଙ୍କ ନେତୃତ୍ୱରେ ଆଜି ତାଳଚେର ହାଟତୋଟା ସ୍ଥିତ ପଦ୍ମିନୀ ମଣ୍ଡପ ଠାରେ ଏକ ଭବ୍ୟ କାର୍ଯକ୍ରମ ଆୟୋଜିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ହନୁମାନ ମନ୍ଦିରରେ ଶ୍ରୀ ପ୍ରଧାନଙ୍କ ଦୀର୍ଘ ଜୀବନ କାମନା କରିବା ସହିତ ଦୀପ ପ୍ରଜ୍ବଳନ କରାଯାଇଥିଲା । ପଦ୍ମିନୀ ମଣ୍ଡପ ଠାରେ ଗରିବ ଓ ଅସହାୟ ଲୋକମାନଙ୍କୁ ଛତl, ବସ୍ତ୍ର ବଣ୍ଟନ କରିବା ସହିତ ଦିବ୍ୟାଙ୍ଗ ମାନଙ୍କୁ ହୁଇଲ ଚେୟାର, ଲେଗ ୱାକର ଆଦି ପ୍ରଦାନ କରାଯାଇଥିଲା । ଏହି ମହତ କାର୍ଯ୍ୟକ୍ରମରେ ତାଳଚେର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭରତ ଚନ୍ଦ୍ର ସାହୁ, ଜିଲ୍ଲା ବିଜେପି ସଭାପତି ଯଯାତୀ କେଶରୀ ପଟ୍ଟନାୟକଙ୍କ ସମେତ ଶହ ଶହ ସଂଖ୍ୟାରେ ବିଜେପି, ବିଏମଏସ, ଆରଏସଏସର କର୍ମକର୍ତା, ସ୍ବେଛାସେବୀ, ସାମାଜିକ କର୍ମୀ ଓ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ ।



