ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ରକ୍ତଦାନ ଶିବିର, ସଂଗୃହୀତ ହେଲା ୧୦୦ ୟୁନିଟ୍ ରକ୍ତ
ଅନୁଗୋଳ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଅନୁଗୋଳ ବିଧାନସଭା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।
ଏହି ଶିବିରରେ ୧୦୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ଉପସ୍ଥିତ ଅତିଥିମାନେ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୀର୍ଘ, ନିରାମୟ ଓ ସୁଖମୟ ଜୀବନ କାମନା କରିଥିଲେ।
ଏହି ଅବସରରେ ବିଜେପି ନେତା ଦିଲୀପ ପ୍ରଧାନ, ମଣ୍ଡଳ ସଭାପତି ଏବଂ ଦଳର ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ରକ୍ତଦାନ ଶିବିରକୁ ସଫଳ କରିଥିବାରୁ ଅନୁଗୋଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସିଦ୍ଧାର୍ଥ ରାଉତରାୟ, ସମସ୍ତ ପଦାଧିକାରୀ, ସଦସ୍ୟ ଓ ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଯାଇଥିଲା।



