ତୁକୁଡା ମା’ ଦକ୍ଷିଣ କାଳୀ ମନ୍ଦିରରୁ ଦାନବାକ୍ସ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ
ଅନୁଗୋଳ: ଅନୁଗୋଳ ଜିଲ୍ଲାର ତୁକୁଡା ଗ୍ରାମ ସ୍ଥିତ ମା’ ଦକ୍ଷିଣ କାଳୀ ମନ୍ଦିରରେ ଦାନବାକ୍ସ ଚୋରି ଘଟଣା ଘଟିଛି। ଚୋରି ସମୟର ସମ୍ପୂର୍ଣ୍ଣ ଦୃଶ୍ୟ ମନ୍ଦିର ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।
ଭାଇରାଲ୍ ହେଉଥିବା ସିସିଟିଭି ଫୁଟେଜରେ ଜଣେ ଦୁର୍ବୃତ୍ତ ଦାନବାକ୍ସରୁ ଟଙ୍କା ଚୋରି କରୁଥିବା ଦେଖିବାକୁ ମିଳୁଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
ଖବର ପାଇ ସମ୍ପୃକ୍ତ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଚାଲିଛି।



