ହିଙ୍ଗୁଳା ମନ୍ଦିର ର ବିକାଶ ପାଇଁ ଉପ ମୁଖ୍ୟମନ୍ତ୍ରୀ ଙ୍କ ସହ ସାଂସଦ ଙ୍କ ଆଲୋଚନା
ତାଳଚେର, ୦୪/୦୭ ଓଡିଶା ର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦୁଇ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତ କରି ବିଭିନ୍ନ ମନ୍ଦିର ବୁଲି ଦର୍ଶନ କରିଛନ୍ତି | କାଙ୍ଗୁଲା ମା ଦକ୍ଷିଣ କାଳୀ ମନ୍ଦିର, ଅନୁଗୁଳ ବୁଢ଼ୀ ଠାକୁରାଣୀ ମନ୍ଦିର, ଛେଣ୍ଡିପଦା କୋଷଳା ମା ରାମଚଣ୍ଡୀ ମନ୍ଦିର ରେ ଦର୍ଶନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା |ଏ ଅବସରରେ ଅନୁଗୋଳ ରୁ ଛେଣ୍ଡିପଦା କୋଶଳା ଯିବା ବାଟରେ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଛନ୍ତି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି | ଅନୁଗୋଳ ଜିଲ୍ଲା ର ପର୍ଯ୍ୟଟନ ର ବିକାଶ, ପୁରାତନ ମନ୍ଦିର ଗୁଡିକର ଉର୍ନ୍ନତି କରଣ ତଥା ତାଳଚେର ର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳା ମନ୍ଦିର ର ବିକାଶ ପାଇଁ ସାଂସଦ ଶ୍ରୀ ପାଣି ଉପ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି |ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସାଂସଦ ଙ୍କୁ ପ୍ରତିଶୃତି ଦେଇଛନ୍ତି |ସାଂସଦ ଙ୍କ ସହ ବରିଷ୍ଠ ଶ୍ରମିକ ନେତା ଅରୁଣ କୁମାର ପ୍ରଧାନ, ରାଜେନ୍ଦ୍ର ସିଂହ, ଗଗନ ସାହୁ ଉପସ୍ଥିତ ଥିଲେ |

July 4, 2026/
No Comments


