ଲଗାଣ ବର୍ଷାରେ କେନାଲ ରାସ୍ତା ଭୁଷିଡ଼ିଲା : ପ୍ରଶାସନିକ ଅଧିକାରୀ ନିଦ୍ରାରେ
ତାଳଚେର, ୦୬/୦୭ ତାଳଚେର ପୌରପରିଷଦ ୱାର୍ଡ଼ ନଂ ୧୧ ଚାଳିଆକୂଟ୍ଟା ପାଶ୍ୱର୍ରେ ଦେଇ ଯାଇଥିବା ରେଙ୍ଗାଳୀ ଦକ୍ଷିଣ କେନାଲ ଭୂଷୁଡ଼ି ଏକ ଅପ୍ରିତିକର ପରିସ୍ଥିତ ସୃଷ୍ଟି ହୋଇଥିବା ଦେଖାଯାଇଛି । ଗତବର୍ଷ ମଧ୍ୟ ଲଗାଣ ବର୍ଷାରେ ସେହି ସ୍ଥାନ ଭୂଷିଡ଼ିବା ଫଳରେ ଖବର ପ୍ରସାରଣ ହେବା ପରେ କେନାଲ ବିଭାଗ ପକ୍ଷରୁ ବାଲିବସ୍ତା ରଖାଯାଇ କେବଳ ରୂପଦେଇ ଚୁପ୍ ହୋଇ ବସିଯାଇଥିଲେ । ଏହି ରାସ୍ତାରେ ଦୈନିକ ହଜାର ହଜାର ସଂଖ୍ୟକ ଯାତ୍ରୀ ଯାତାୟତ କରୁଥିବା ବେଳେ କେନାଲର ଉଭୟପାଶ୍ୱର୍ରେ ଏବେ ବସ୍ତିବାସୀନ୍ଦାମାନେ ଘରକରି ରହୁଛନ୍ତିି । ଦୁଇଦିନ ଦିନ ହେବ ଲଗାଣ ବର୍ଷାରେ କେନାଲ ରାସ୍ତା ହୁଡ଼ା ଭାଙ୍ଗି ଏକ ଘାଇ ସୃଷ୍ଟି କରିବା ଫଳରେ ସେଠାରେ ରହିଥିବା ବାସୀନ୍ଦା ଭୟବିତ ଅବସ୍ଥାରେ ରହିଛନ୍ତି । ଏପରିକି, ବାଟୋଇ ଦାଣ୍ଡୋଇ ସେହି ରାସ୍ତା ଦେଇ ଯାତାୟତ କରୁଛନ୍ତି, କେତେ ବେଳେ ଯେ, ରାସ୍ତାଟି ଭୂଷିଡ଼ିବ ଓ କ’ଣ ଅଘଟଣ ଘଟିବ ତାହା କହିବା ଅସମ୍ଭବ । ତେଣୁ କେନାଲ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ନଶୋଇ ଏହାକୁ ଯୁଦ୍ଧ କାଳିନ ଭିତରେ ମରାମତି କରିବା ନେଇ ଦାବି ହେଉଛି ।



