କେନ୍ଦୁଝର ଜିଲ୍ଲାରେ ବଣୁଆ ହାତୀ ଆକ୍ରମଣରେ ଜଣେମୃତ, ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଲେ ଦୁଇଜଣ।
ହାତୀ ଆକ୍ରମଣରେ ଜଣେମୃତ ଅଳ୍ପକେ ବର୍ତ୍ତିଲେ ଭାଇ ଓ ଭଉଁଣୀ, କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆରେଞ୍ଜ, ରୁଗୁଡିଗ୍ରାମ ଲୁଣ ଗୋଠାଣି ସାହିର ସରବେୟା ମୁଣ୍ଡା ନିଜଭାଇ ଜିତୁ ମୁଣ୍ଡା ଓ ଭଉଣୀ ସୁର୍ଯ୍ୟ ମୁଣ୍ଡା ସହ କାମସାରି ଜଙ୍ଗଲିଆ ରାସ୍ତାରେ ଘରକୁ ଫେରୁଥିବା ସମୟରେ ଜଙ୍ଗଲ ଭିତରେଥିବା ଏକ ଗୋଠ ଛଡ଼ା ଦନ୍ତାହାତୀ ହାବୁଡରେ ପଡିଯାଇଥିଲେ। । ହାତୀଟି ସରବେଆକୁ ଶୁଣ୍ଢରେ କଚାଡି ଦେଇ ଥିବା ବେଳେ ଜିତୁ ମୁଣ୍ଡା ଧାଇଁ ଯାଇ ଏକ କଳଭର୍ଟ ତଳେ ଲୁଚି ଜୀବନ ବଞ୍ଚାଇଥିବା ଥିଲେ ଭଉଣୀ ସୂର୍ଯ୍ୟ ମୁଣ୍ଡା ଦୌଡ଼ି ପଳାଇଥିଲେ । ଘଟଣାସ୍ଥଳରେ ସରବେୟା ର ମୃତ୍ୟୁ ଘଟିଥିଲା। ଖବର ପାଇ ଆଜି ବନ ବିଭାଗ ଓ ପୋଲିସ୍ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ୍ କରି ତଦନ୍ତ ଚଳାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



