ଡ଼ିଏଭି ପବ୍ଲିକ ସ୍କୁଲରେ ୩୧ତମ ପ୍ରତିଷ୍ଠା ଦିବସ
ତାଳଚେର, ୧୦/୦୭ ଡ଼ିଏଭି ପବ୍ଲିକ ସ୍କୁଲ କଳିଙ୍ଗକ୍ଷେତ୍ରର ୩୧ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଦିବସ ଉପଲକ୍ଷେ ବୈଦିକ ହୋମଯଜ୍ଞର ଆୟୋଜନ କରାଯାଇଥିଲା । ଉତ୍ସବର ମୁଖ୍ୟଅତିଥି ପଦ୍ମଶ୍ରୀ ଡ଼ଃ ଅଦୈତ୍ୟ ଚରଣ ଗଡ଼ନାୟକ ବିଶିଷ୍ଟ ଅତିଥିରୂପେ ପ୍ରତିଭା ମହିଳାମଣ୍ଡଳର ସଭାପତି ଅସ୍ମିତା ଯୋଶୀ ଯୋଗଦାନ କରିଥିଲେ । ବିଦ୍ୟାଳୟର ପୂର୍ବତନ ଛାତ୍ରୀ ୨୦୨୫ ମସିହାରେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସୁଶ୍ରୀ ଏସ ମିନାକ୍ଷ ଅତିଥିରୂପେ ଯୋଗଦାନ କରିଥିଲେ । ତାଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନୀତ କରାଯାଇଥିଲା । ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ସିବିଏସଇରେ ୯୦%ରୁ ଉର୍ଦ୍ଧ୍ୱ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲା । ୨୦୨୫-୨୬ ଶିକ୍ଷାବର୍ଷର ୧୦ମର ୬୦ଜଣ ଏବଂ ଦ୍ୱାଦଶ ଶ୍ରେଣୀର ୧୯ଜଣଙ୍କୁ ସମ୍ମାନୀତ କରାଯାଇଥିଲା । ମୁଖ୍ୟଅତିଥି ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଏବଂ ଉନ୍ନତିରେ ସନ୍ତୋଷ ପ୍ରକାଶ କରି ସେମାନଙ୍କର ଉତରଉତର କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଏମସିଏଲର ଅଧିକାରୀ ଗଣ ଏବଂ ବିଭିନ୍ନ ଶ୍ରମିକସଂଗଠନର ନେତୃବର୍ଗ ଯୋଗଦାନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ତଥା ଡ଼ିଏଭି ଜୋନ ବି ର ସହକାରୀ ଆଂଚଳିକ ଅଧିକାରୀ ପ୍ରଶାନ୍ତ ପଣ୍ଡା ତାଙ୍କ ମତାମତରେ ଉଲ୍ଲେଖନୀୟ ସଫଳତା ଲାଗ କରିଥିବା ଛାତ୍ରଛାତ୍ରୀଙ୍କ ସଫଳ କାମନା କରିଥିଲେ । ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତାକର୍ଷକ ନୃତ୍ୟ ଓ ସଙ୍ଗୀତ ପରିବେଶଣ କରାଯାଇଥିଲା । ସର୍ବଶେଷରେ ଶିକ୍ଷୟତ୍ରୀ ଇତିଶ୍ରୀ ସାମଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।

July 10, 2026/
No Comments


