ଅଯୋଧ୍ୟା ରାମମନ୍ଦିର ଅର୍ଥ ଓ ମୂଲ୍ୟବାନ ସୁନାଅଳଙ୍କାର ଲୁଟର ତଦନ୍ତ ପାଇଁ ମହେଶ ସାହୁଙ୍କ ଦାବି
ତାଳଚେର, ୧୦/୦୭ ଅଯୋଧ୍ୟା ପ୍ରଭୂ ରାମମନ୍ଦିରରେ ଅଗଣିତ ଶ୍ରଦ୍ଧାଳୁଙ୍କ ଦାନଅର୍ଥକୁ ଲୁଟ ଘୁଟଣା ସମଗ୍ର ଭାରତବାସୀଙ୍କ ମନରେ ଆଘାତ ସୃଷ୍ଟି କରିଛି । ବିଶେଷ କରି ରକ୍ଷକ ହୋଇ ତଦାରଖ ଦାୟୀତ୍ୱରେ ଥିବା ଲୋକଙ୍କ ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ ହେବା ଅଧିକ ଦୁଃଖ ଦେଇଥିବା ପୂର୍ବତନ ସାଂସଦ ମହେଶ ସାହୁ ପ୍ରକାଶ କରିଛନ୍ତି । ଯେଉଁଭଳି ଭାବେ ସିସିଟିଭିରେ ୭୦ଥର ଚୋରି ଘଟଣା ଦୃଶ୍ୟମାନ ହେଉଛି ତାହା ନିନ୍ଦନୀୟ ଅଟେ । ଧର୍ମ ସ୍ଥାନରେ ଚୋରି ହେବା ଏବଂ ଟ୍ରଷ୍ଟବୋର୍ଡ଼ ଥାଇ ମୂଲ୍ୟବାନ୍, ସୁନା, ରୂପା କୋଟି କୋଟିଟଙ୍କାର ରାମଚରିତ ମାନସର ପତା ନମିଳିବା ଏହା ଏକ ଦୁର୍ଭାଗ୍ୟଜନକ । ତରବରିଆ ଭାବେ ଟ୍ରଷ୍ଟର ମୁଖ୍ୟ ଚମ୍ପତରାଏ ଇସ୍ତଫା ଦେବା ଓ ପରେ ତାଙ୍କୁ କ୍ଲିନଚିଟ୍ ଦେବା ତାହା ଭକ୍ତମାନେ ଗ୍ରହଣ କରିପାରିନାହନ୍ତି । ସେଥିପାଇଁ ସ୍ୱତନ୍ତ୍ର କରିବା ସହ ଲୋକଙ୍କ ଦାନଅର୍ଥକୁ ସାର୍ବଜନିନ କରାଯାଉ ଓ ଜଗାରଖା ଦାୟୀତ୍ୱରେ ଥିବା ସମସ୍ତ ଟ୍ରଷ୍ଟବୋର୍ଡ଼ ସଦସ୍ୟକୁ ଗିରଫ କରାଯାଇ ଦୃଷ୍ଟାନ୍ତମୂୂଳକ ଦଣ୍ଡ ଦିଆଯାଉ ବୋଲି ଶ୍ରୀ ସାହୁ ଦାବି କରିଛନ୍ତି ।

July 10, 2026/
No Comments


