କାଶୀପାଲି ଉଚ୍ଚପ୍ରଥମିକ ବିଦ୍ୟାଳୟ ରେ ୭୭ତମ ବନମହୋତ୍ସବ ପାଳନ

ଭଟଲି (ଅଭିମନ୍ୟୁ ପଧାନ ): ଭଟଲି ବ୍ଲକ ଅନ୍ତର୍ଗତ କାଶୀପାଲି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ୭୭ତମ ବନମହୋତ୍ସବ ପାଳନ କରାଯାଇଥିଲା । ଏହି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ପ୍ରଧାନଶିକ୍ଷକ ସୁଦାମ ସେଟଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟକୁ ଜମିଦାନ କରିଥିବା ଜମିଦାତା ପ୍ରଦୀପ ପଧାନ ମୁଖ୍ୟ ଅତିଥି, ସ୍କୁଲ ପରିଚାଳନା କମିଟି ସଭାପତି ପବିତ୍ର ମହାପାତ୍ର, ଉପସଭାନେତ୍ରୀ ମୀତା ପଧାନ, ସଦସ୍ୟ ଲୁକେଶ୍ଵରୀ ବଢ଼େଇ, ତପସ୍ବିନୀ ପଧାନ, ନରେନ୍ଦ୍ର ପଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବୃକ୍ଷରୋପଣ କରି ପରିବେଶକୁ ସନ୍ତୁଳିତ କରିବା କରି ସହ ଏହାକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ସଂକଳ୍ପ ନେବାକୁ ଅତିଥିମାନେ ମାର୍ଗଦର୍ଶନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପରିସରରେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ରାମନାରାୟଣ ରଥ, ନେହରୁ ପାଇକ, ଗୋବିନ୍ଦ ବାଗ, ଦେବପ୍ରସାଦ ବାଗ, ପ୍ରଦୀପ ପ୍ରଧାନ, ଲୀଳାବତୀ ଭୁଏ, ଦୟାନିଧି ମହାପାତ୍ର, ବନରକ୍ଷୀ ପୁଷ୍ପାଞ୍ଜଳି ମହାପାତ୍ର, ସ୍ପାଡ୍ ନିରଞ୍ଜନ ସେଠ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କାଶିପାଲି ଶାନ୍ତି ଗ୍ରାମ୍ୟ କମିଟିର ସରୋଜ ମହାପାତ୍ର, ସୁଧୀର ପଧାନ, ସୁରେଶ ଚନ୍ଦ୍ର ମହାପାତ୍ର, ନିର୍ମଳ ପଧାନ, ରାମକୃଷ୍ଣ ଦାଶ, ସମାଜସେବୀ ନିତ୍ୟାନନ୍ଦ ମହାପାତ୍ର, ପଦ୍ମଲୋଚନ ବନଛୋର, ଟିକେଶ୍ଵର ନାଏକଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ ।ଶେଷରେ ରାମନାରାୟଣ ରଥସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ |




