ସଡ଼କ ଦୁର୍ଘଟଣାରେ ବୃଦ୍ଧ ମୃତ
ତାଳଚେର, ୦୨/୦୮ ତାଳଚେର ଟାଉନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୪୯ ବାଙ୍କଧରା ଛକ ନିକଟରେ ଚରଣ ସାହୁ ସ୍କୁଟିକୁ ରଖି ତାଙ୍କର ବନ୍ଧୁକୁ ଅପେକ୍ଷା କରିଥିଲେ । ଅଚାନକ ଏକ ଦ୍ରୁତଗାମୀ କୋଇଲା ବୋଝେଇ ଓଡ଼ି୩୫ ବି – ୨୩୧୨ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଚରଣ ସାହୁଙ୍କ ମୃତ୍ୟୁ ହୋଇଥିଲା । ଏହି ଖବର ପ୍ରଚାରିତ ହେବାପରେ ଦୁର୍ଘଟଣା ସ୍ଥଳରେ ବୃଦ୍ଧଙ୍କ ପରିବାର ସହିତ ବହୁ ଲୋକ ରୁଣ୍ଡ ହୋଇ ସେଠାରେ ଚାପା ଉଜେନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣା ସ୍ଥଳରେ ପୋଲିସ୍ ପଂହଚି ତଦନ୍ତ କରିବା ସହ ଶବକୁ ଜବତ କରି ତାଳଚେର ସରକାରୀ ମଣ୍ଡାପାଳ ଡ଼ାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ତେବେ ୧୪୯ନମ୍ବର ଜାତୀୟ ରାଜପଥ ମରଣଯନ୍ତା ସାଜିଥିବା ବେଳେ ବର୍ଷା ଯୋଗୁଁ ରାସ୍ତାଟି କର୍ଦ୍ଦମା ଓ ଖାଲଖମାରେ ଭର୍ତି ହୋଇଛି । ଏହି ରାସ୍ତାରେ ଦୈନିକ ହଜାର ହଜାର ସଂଖ୍ୟକ ଭାରୀଯାନ ଚଳାଚଳ କରିଥାଏ । ଫଳରେ ରାସ୍ତା ସଙ୍କୁଚିତ ହେବାସହ ଖାଲଖମଣା ଯୋଗୁଁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟି ଜନଜୀବନ ଚାଲିଯାଉଥିବା ଅନେକ ଦୃଷ୍ଟାନ୍ତମାନ ରହିଛି । ଏପରିକି, ପ୍ର୍ରାୟ ଟ୍ରକ ଗୁଡ଼ିକରେ ହେଲପର ରହୁନଥିବାରୁ ଚାଳକ ରାସ୍ତାର ଉଭୟପାଶ୍ୱର୍କୁ ଦୃଷ୍ଟି ନପକାଇବାରୁ ଏପରି କାଣ୍ଡ ଘଟୁଥିବା ଚୁହାଯାଉଥିବା ବେଳେ ସ୍ଥାନୀୟ ପରିବହନ ବିଭାଗ ଓ ଜିଲ୍ଳାପାଳଙ୍କ କିପରି ଭାବେ ଏହି ଘଟଣା ଦୃଷ୍ଟିକୁ ଆସିପାରୁନାହିଁ ତାକୁ ନେଇ ମଧ୍ୟ ଚର୍ଚ୍ଚା ଯୋରଧରିଛି ।

August 2, 2026/
No Comments


