ଢେଙ୍କାନାଳ ଜିଲ୍ଲାର ଭାଗୀରଥି ସାଗର କୂଳରେ ଅବସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠରେ ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ଭକ୍ତିମୟ ପରିବେଶ ମଧ୍ୟରେ ବିଶେଷ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି।
ପ୍ରଭାତରୁ ମଙ୍ଗଳ ଆଳତି, ମହାସ୍ନାନ, ବେଲପତ୍ର ଅର୍ପଣ, ବିଭିନ୍ନ ପ୍ରକାରର ପୁଷ୍ପ ଓ ଭୋଗ ଲାଗି ସହ ବିଧିବଦ୍ଧ ଭାବେ ବାବାଙ୍କ ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା। ମଧ୍ୟାହ୍ନରେ ଅନ୍ନଧୂପ ନୀତି ପରେ ସନ୍ଧ୍ୟାରେ ଆଳତି ଓ ଘର୍ଷଣୀ ନୀତି ସହ ବାବାଙ୍କୁ ମନୋରମ ମେଳା ବେଶରେ ସଜାଯାଇଥିଲା।
ଏହି ଅବସରରେ ଚୁଡ଼ା ଘଷା ଓ ପଣା ଭୋଗ ଲାଗି କରାଯାଇଥିଲା। ପୂଜକ ତୁଷାର ରଞ୍ଜନ ମିଶ୍ର ଓ ବିଭୂତି ଭୂଷଣ ପଣ୍ଡା ବିଧିବଦ୍ଧ ଭାବେ ସମସ୍ତ ପୂଜାର୍ଚ୍ଚନା ସମ୍ପନ୍ନ କରିଥିଲେ। ଶ୍ରାବଣର ପ୍ରଥମ ସୋମବାରରେ ବାବାଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା।



