ଅନୁଗୋଳରେ ଜିଲ୍ଲାସ୍ତରୀୟ ‘ହର ଘର ତ୍ରିରଙ୍ଗା’ ରାଲି ଆୟୋଜିତ

ଅନୁଗୋଳ, ୧୩/୦୮: ହର ଘର ତ୍ରିରଙ୍ଗା–୨୦୨୬ ଅଭିଯାନ ଉପଲକ୍ଷେ ଆଜି ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ରାଲି ଆୟୋଜିତ ହୋଇଥିଲା। ପୂର୍ବାହ୍ନରେ ସ୍ଥାନୀୟ ସହରାଞ୍ଚଳରୁ ବାହାରିଥିବା ଏହି ରାଲି ଧାନା ଛକ, ରାଜା ଛକ, ଟେଲି ମାର୍କେଟ୍, ବକ୍ସି ଛକ, ସୁଭାଷ କେନ୍ଦ୍ର ଛକ ଦେଇ ସହର ପରିକ୍ରମା କରିଥିଲା। ତ୍ରିରଙ୍ଗା ପ୍ରତି ଗୌରବ ଓ ଦେଶପ୍ରେମର ଭାବନାରେ ସାରା ସହର ‘ଜୟ ହିନ୍ଦ୍’ ଧ୍ୱନିରେ ମୁଖରିତ ହୋଇଥିଲା।

ଏହି ସମାରୋହରେ ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ। ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ସୁରେଶ ଗଣେଶ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଗୌରବନ୍ଧୁ ପ୍ରଧାନ, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମୟୂରଧର ବେହେରା, ଅନୁଗୋଳ ପୌରପାଳିକାର ଅଧିକାରୀମାନେ, ଆର୍ମି ଅଫିସର, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ତ୍ରିରଙ୍ଗା ରାଲି ମାଧ୍ୟମରେ ଦେଶର ଜାତୀୟ ପତାକା ପ୍ରତି ସମ୍ମାନ, ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ପ୍ରଚାର କରାଯାଇଥିଲା।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-12-scaled.jpg)


