ଭାରତ-ବାଂଲାଦେଶ ସୀମାରେ STFର ବଡ଼ ଅଭିଯାନ: ସନ୍ଦିଗ୍ଧ ପାକିସ୍ତାନୀ ଗୁପ୍ତଚର ଗିରଫ
କୋଲକାତା: ଭାରତ-ବାଂଲାଦେଶ ସୀମା ନିକଟରେ ପଶ୍ଚିମବଙ୍ଗ ଏସଟିଏଫ୍ର ବଡ଼ ଧରଣର କାର୍ଯ୍ୟାନୁଷ୍ଠାନରେ ଜଣେ ସନ୍ଦିଗ୍ଧ ପାକିସ୍ତାନୀ ଗୁପ୍ତଚର ଧରାପଡ଼ିଛନ୍ତି। ରାଣା ରୌଫ୍ ନାମକ ଏହି ବ୍ୟକ୍ତିଙ୍କର ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ସହ ସମ୍ପର୍କ ଥିବା ତଦନ୍ତରୁ ସାମ୍ନାକୁ ଆସିଥିବା ଏସଟିଏଫ୍ ସୂତ୍ରରୁ ଜଣାପଡ଼ିଛି।
ଗୁପ୍ତ ସୂଚନା ଆଧାରରେ ବୁଧବାର ରାତିରେ ଏସଟିଏଫ୍ ଚଢ଼ାଉ କରି ରୌଫ୍ଙ୍କୁ ଗିରଫ କରିଥିଲା। ତାଙ୍କ ପାଖରୁ ମିଳିଥିବା ନୋଟବୁକ୍ରେ ନେପାଳର ୫ ଜଣ ଏବଂ ବାଂଲାଦେଶର ଜଣେ ସନ୍ଦିଗ୍ଧ ISI ଏଜେଣ୍ଟଙ୍କ ନାମ ଥିବା ଦାବି କରାଯାଇଛି।
ତଦନ୍ତରେ ଆହୁରି ଜଣାପଡ଼ିଛି ଯେ ରୌଫ୍ ମୂଳତଃ ପାକିସ୍ତାନର ଫେସଲାବାଦ ଅଞ୍ଚଳର ବାସିନ୍ଦା। ଭାରତରେ ରହିବା ପାଇଁ ତାଙ୍କ ନାମରେ ଭୋଟର କାର୍ଡ, ଆଧାର କାର୍ଡ ସମେତ ବିଭିନ୍ନ ଜାଲ୍ ଭାରତୀୟ ପରିଚୟପତ୍ର ପ୍ରସ୍ତୁତ କରାଯାଇଥିବା ଏସଟିଏଫ୍ ପକ୍ଷରୁ କୁହାଯାଇଛି। ୨୦୧୨ରେ ସେ ନେପାଳ ଦେଇ ଭାରତକୁ ପ୍ରବେଶ କରିଥିବା ଏବଂ ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଅଞ୍ଚଳରେ ଅନ୍ୟ ଏକ ନାମରେ ରହୁଥିବା ଜଣାପଡ଼ିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ରୌଫ୍ ଭାରତୀୟ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ପାକିସ୍ତାନକୁ ପଠାଇଥିବା ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛି। ବଙ୍ଗଳାର ବିଭିନ୍ନ ସ୍ଥାନରେ ଥିବା ସେନା ଛାଉଣୀ, BSF ଚେକ୍ପୋଷ୍ଟ, ରେଳ ଷ୍ଟେସନ ଓ ରେଳ ଲାଇନର ଫଟୋ ଏବଂ ଭିଡିଓ ସେ ପଠାଇଥିବା ଅଭିଯୋଗ ରହିଛି।
ରୌଫ୍ଙ୍କ ଗିରଫ ପରେ ତାଙ୍କ ସହ ଜଡ଼ିତ ଅନ୍ୟ ବ୍ୟକ୍ତି ଏବଂ ସମ୍ଭାବ୍ୟ ଗୁପ୍ତଚର ନେଟୱର୍କ ସମ୍ପର୍କରେ ତଦନ୍ତ ଆହୁରି ଜୋରଦାର କରାଯାଇଛି। ନୋଟବୁକ୍ରେ ମିଳିଥିବା ନାମ ଓ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ତଦନ୍ତକାରୀମାନେ ଏହି ନେଟୱର୍କର ମୂଳ ପର୍ଯ୍ୟନ୍ତ ପହଞ୍ଚିବାକୁ ଉଦ୍ୟମ କରୁଛନ୍ତି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-12-scaled.jpg)


