ତାଲୁକ ଆଇନ ସେବା ସମିତି ପକ୍ଷରୁ ମହିଳା ମାନଙ୍କ ସମ୍ପର୍କରେ ଆଇନ ସଚେତନତା ଶିବିର ଅନୁଷ୍ଠିତ
କୁଚିଣ୍ଡା,13/8,କୁଚିଣ୍ଡା ତାଲୁକ ଆଇନ ସେବା ସମିତି ପକ୍ଷରୁ ବାଳମତି- ଦେହୁରୀ ନର୍ସିଂ ମହା ବିଦ୍ୟାଳୟ ପରିସରରେ ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌର ବିଚାରପତି ଡ଼. ପ୍ରଭାକର ଗଣ୍ଠିଆ ଙ୍କ ଅଧ୍ୟକ୍ଷତା ରେ ମହିଳା ସୁରକ୍ଷା ସମନ୍ଧୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ତଥା ଅନୁଷ୍ଠାନ ର ସଭାପତି ସୁବାସ ଚନ୍ଦ୍ର ନାୟକ ପ୍ରାରମ୍ଭିକ ସୂଚନା ସହ ଶିବିର କୁ ସଂଯୋଜନା କରିଥିଲେ ।ବିଚାରପତି ଡ଼ ଗଣ୍ଠିଆ ତାଙ୍କ ଭାଷଣରେ ବିଶାକା ଓ ଅନ୍ୟମାନେ ବନାମ ରାଜସ୍ଥାନ ସରକାର ଓ ଅନ୍ୟମାନେ କେସ ର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।ସେ ତାଙ୍କ ଭାଷଣରେ ନାରୀ ମାନେ ଉଭୟ ସରକାରୀ ଓ ବେସରକାରୀ ଚାକିରି କ୍ଷେତ୍ର ରେ ନିଜକୁ ସୁରକ୍ଷିତ ରଖି ସମ୍ମାନ ର ସହ କାର୍ଯ୍ୟ କରିପାରିବେ ସେ ସମ୍ପର୍କରେ ସଚେତନତା କରିଥିଲେ ।ତାଲୁକ ଆଇନ ସେବା ସମିତି ର ସଭ୍ୟ କରୁଣା କର କିଷାନ୍ ଓ ଡାକ୍ତର ଶରତ ଚନ୍ଦ୍ର ଗୌନ୍ତିଆ ସେବା ସମିତିରୁ କିପରି ଆଇନ ସହାୟତା ମିଳି ପାରିବ ଓ ଲୋକ ଅଦାଲତ ର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ ।ମହା ବିଦ୍ୟାଳୟ ର ନିର୍ଦ୍ଦେଶକ ତଥା ପୂର୍ବତନ ବିଧାୟକ ବୃନ୍ଦାବନ ମାଝି ସମସ୍ତ ଅତିଥିଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିବା ବେଳେ ଏହି ଅନୁଷ୍ଠାନ ର ବିଗତ କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ଦେଇଥିଲେ ।ଶେଷରେ ମହା ବିଦ୍ୟାଳୟର ଅଧ୍ୟକ୍ଷା ସାଲିନା ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ୍।



