
ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ତରଫରୁ ଏକ କ୍ଲଷ୍ଟର ସ୍ତରୀୟ ଟ୍ରେନିଂ କ୍ୟାମ୍ପ ସ୍ଥାନୀୟ ବରଗଡ ସ୍ଥିତ ମିଳନ ମଣ୍ଡପରେ ରାଜ୍ୟ ସଭାପତି ଶ୍ରୀ ମନୋଜ ଶତପଥୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ୧୧ ଟି ଜିଲ୍ଲାରୁ ପ୍ରାୟତଃ ଶହେ ରୁ ଉର୍ଦ୍ଧ ସଦସ୍ୟ ପ୍ରଶିକ୍ଷଣ ପାଇଁ ଯୋଗଦାନ କରିଥିଲେ l ବରିଷ୍ଠ ସାମ୍ବାଦିକ ଶ୍ରୀ ଅରବିନ୍ଦ ଦାସ ଓ ପିପିଏନ ଲାଇଭ ର ମୁଖ୍ୟ ସମ୍ପାଦକ ଶ୍ରୀ ସୂର୍ଯ୍ୟକାନ୍ତ ଖେଡ଼ୱାଲସିଂ ଉପସ୍ଥିତ ରହି ସଦସ୍ୟ ମାନଙ୍କୁ ଟ୍ରେନିଙ୍ଗ ପ୍ରଦାନ କରିଥିଲେ l ମୁଖ୍ୟଅତିଥି ଭାବେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗଦାନ କରି ଡିଜିଟାଲ ମିଡ଼ିଆର ପ୍ରଭାବ ଏବଂ ଏହାର ଉପକାରିତା ବିଷୟରେ ଅଭିଭାଷଣ ରଖିଥିଲେ | ସମ୍ମାନିତ ଅତିଥି ଭାବେ ବରଗଡ଼ ଏସପି ଶ୍ରୀ ରବୀନ୍ଦ୍ର ନାଥ ଶତପଥି ଯୋଗଦାନ କରି ନିଜ ଅଭିଭାଷଣ ରଖିଥିଲେ ଏବଂ ଡିଜିଟାଲ ମିଡ଼ିଆ ର ପ୍ରଭାବ ବିଷୟରେ ଜଣାଇଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ ମହାସଂଘ ର ସାଧାରଣ ସମ୍ପାଦକ କବିରାଜ ପାତ୍ର, ଉପସଭାପତି ବିଜୟାନନ୍ଦ ତ୍ରିପାଠୀ, ଜୋନାଲ ସଂଗଠନ ସମ୍ପାଦକ ତରଣୀ ପଟେଲ, କ୍ଲଷ୍ଟର ଇନଚାର୍ଜ ଉମା ଶଙ୍କର ଗୌଡ଼, ସମ୍ପାଦକ ଶିବାନନ୍ଦ ପଣ୍ଡା, ସହ ସମ୍ପାଦକ କୃଷ୍ଣଚନ୍ଦ୍ର ମାଝୀ, ମଳୟ ମେହେର, ବରଗଡ଼ ଜିଲ୍ଲା ସଭାପତି ମୁନ୍ନା ସାହୁ, ସମ୍ପାଦକ ଦୁର୍ଗା ପ୍ରସାଦ, ନାରାୟଣ ବେହେରା, ଶେଖ ସଲାମତ ହୁସେନ, ସତ୍ୟ ସୁରୁଜାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ l




