କେନ୍ଦୁଝରଜିଲ୍ଲା ଚମ୍ପୁଆରେଞ୍ଜ ରେ କେନାଲରେ ଖସିପଡ଼ିଲା ମା ସହିତ ଛୁଆହାତୀ।
କେନ୍ଦୁଝରଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜରେ ମାଆହାତୀ ସହ ଛୁଆହାତୀ ପଡ଼ିଲେ କେନାଲରେ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଚମ୍ପୁଆରେଞ୍ଜ କାହ୍ନୁ ସାହି ନିକଟରେ ଯାଇଥିବା କାନପୁର କେନାଲରେ ଖସି ପଡି ଫସି ରହିଛି ଛୁଆହାତୀ। ଅଠର ଟିକିଆ ହାତୀପଲ ସାତହଳିଆ ଗ୍ରାମରୁ ଯାମୁଦଲକ ଯାଉଥିବା ବେଳେ କାହ୍ନୂସାହି ନିକଟରେ କେନାଲରେ ମାଆ ହାତୀ ସହିତ ଏକ ଛୁଆ ହାତୀ ଖସି ପଡିଥିବା ନେଇ ସୂଚନା। ତେବେ ମା ହାତୀଟି ଉଠି ପଡିଥିବା ବେଳେ ଛୁଆହାତୀ ଟି ଉଠିପାରି ନଥିଲା। ପରେ ଲୋକମାନେ ଏକତ୍ରିତ ହୋଇ ଯିବାରୁ ହାତୀ ପଲ ନିକଟସ୍ଥ ଯାମୁଦଲକ ଜଙ୍ଗଲ ନିକଟକୁ ଚାଲି ଯାଇଥିବା ବେଳେ ହାତୀ ଛୁଆଟି କେନାଲ ଭିତରେ ଫସି ରହିଛି। ଖବର ପାଇ ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀଛୁଆ କୁ ଉଠାଇବାକୁ ଉଦ୍ୟମ କରୁଛି।ମା ହାତୀଟି ଛୁଆ ପାଖରେ ରହି ଛୁଆ ହାତୀ କୁ ଉଠେଇ ବାକୁ ଉଦ୍ୟମ କରୁଛି। ମା ହାତୀଟି ଛୁଆ ହାତୀ ପାଖରେ ଥିବାରୁ ହାତୀ ଛୁଆକୁ ଉଠାଇ ବାରେ ବିଳମ୍ବ ହେଉଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



