ଚୌଧୁରୀ ବଜାର କାର୍ଯ୍ୟକାରୀ ସଭାପତି ଓ
କାର୍ଯ୍ୟକାରୀ ସମ୍ପାଦକ ଙ୍କ ପକ୍ଷରୁ ସ୍ପଷ୍ଟୀକରଣ ।
ଗତ ମଙ୍ଗଳବାର କିଛି ଯୁବକମାନେ ଡିଜି ଅଫିସ ଯାଇ ତନ୍ମଧ୍ୟରୁ ଜଣେ ଦୁଇ ଜଣ ଶ୍ରୀ ଶ୍ରୀ ଦୁର୍ଗା ପଞ୍ଚାୟତ
କମିଟି ର କାର୍ଯ୍ୟକଳାପ ଓ ବଜାର ର କାର୍ଯ୍ୟକାରୀ ସଭାପତି ଓ ସମ୍ପାଦକ ଙ୍କ ସମ୍ବନ୍ଧରେ କିଛି ଅବାନ୍ତର ଓ ମନଗଢା
ମନ୍ତବ୍ୟ ଓ ମିଥ୍ୟା ଅଭିଯୋଗ ସଂକ୍ରାନ୍ତରେ ମାନ୍ୟବର ଡିଜି ଅଫିସ ସମ୍ମୁଖରେ ବକ୍ତବ୍ୟ ରଖୁଥିବା ବିଷୟ ଆମେ
ଆପଣଙ୍କ ଗଣ ମାଧ୍ୟମ ଜରିଆରେ ଜାଣିବାକୁ ପାଇଲୁ ।
ପ୍ରଥମତଃ ଆପଣ ମାନଙ୍କୁ ଅବଗତ କରିବାକୁ ଚାହୁଁ ଅଛୁ କି ଶ୍ରୀ ଶ୍ରୀ ଦୁର୍ଗା ପଞ୍ଚାୟତ କମିଟି ର ମୁଖପାତ୍ର
ନିଜକୁ ଭାବି ବକ୍ତବ୍ୟ ଦେଇଥିବା ବ୍ୟକ୍ତି ଜଣଙ୍କ ବଜାର ର ସ୍ଥାୟୀ ବାସିନ୍ଦା କି କମିଟି ର କୌଣସି ସଦସ୍ୟ ମଧ୍ୟ ନୁହନ୍ତି,କି
କମିଟି ର କାର୍ଯ୍ୟ କଳାପ ସମ୍ବନ୍ଧରେ ସେ କିଛି ଜାଣନ୍ତି ନାହିଁ | ଏଠାରେ ଚୌଧୁରୀ ବଜାର ପୂଜା କମିଟି ର କିଛି ନୀତି ଓ
ନିୟମ ସମ୍ବନ୍ଧରେ ଅବଗତି କରୁଅଛୁ କି, ଯେଉଁ ପର୍ଯ୍ୟନ୍ତ ନୂତନ କମିଟି ଗଠନ ନ ହୋଇଛି, ସେହି ସମୟ ପର୍ଯ୍ୟନ୍ତ
ପୂର୍ବତନ ସଭାପତି ଓ ସମ୍ପାଦକ କାର୍ଯ୍ୟକାରୀ ରୂପେ ରହି ସମସ୍ତ କାର୍ଯ୍ୟ ତୁଲାଇଥାନ୍ତି | ସୋମବାର ଅନୁଷ୍ଠିତ
ହୋଇଥିବା “କଟକ ମହାନଗର ଶାନ୍ତି କମିଟି ” ଜେନେରାଲ ବଡି ବୈଠକ ରେ କଟକ ର ପ୍ରତ୍ୟେକ କୋଣ
ଅନୁକୋଣ ରୁ ବିଭିନ୍ନ ବର୍ଗ ର କର୍ମକର୍ତ୍ତା ସହ ସ୍ଥାନୀୟ ମାର୍କେଟ (ଯେଉଁଠାରେ ଶାନ୍ତି କମିଟି ସଭାଗୃହ ଅବସ୍ଥିତ ) ର
ସମସ୍ତ କର୍ମକର୍ତ୍ତା ଙ୍କୁ ନିମନ୍ତ୍ରଣ କରାଯାଇଥିଲା | ଚୌଧୁରୀ ବଜାର ର ପୂର୍ବତନ ସଭାପତି ଓ ସମ୍ପାଦକ କେବଳ ଏକକ
ପଦବୀ ସହିତ ଜଡିତ ନୁହନ୍ତି, ସେମାନେ ବିଭିନ୍ନ ଅନୁଷ୍ଠାନ ସହିତ ସେମାନେ ଜଡିତ ।
ତେଣୁ ସେମାନଙ୍କର ସେଠାକୁ ଯିବା କେବଳ ଗୋଟିଏ ଦିଗ କୁ ଧରିବା ଠିକ ନୁହେଁ ଏବଂ ବଜାର ର ନିୟମ
ଅନୁସାରେ ଯେତେ ପର୍ଯ୍ୟନ୍ତ ନୂତନ କମିଟି ଗଠନ ନ ହୋଇଛି ସେହି ସମୟ ପର୍ଯ୍ୟନ୍ତ ବଜାର ର କାର୍ଯ୍ୟକାରୀ
ସଭାପତି ଓ କାର୍ଯ୍ୟକାରୀ ସମ୍ପାଦକ ସମସ୍ତ ବିଭିନ୍ନ ସଭା ସମିତି ରେ ଯୋଗଦାନ କୋଣସି ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି
କରୁନାହିଁ |ଶାନ୍ତି କମିଟି ର ନିମନ୍ତ୍ରଣ ସମ୍ବନ୍ଧୀୟ ପ୍ରଶ୍ନ ଏବଂ ଚୌଧୁରୀ ବଜାର କମିଟି କାର୍ଯ୍ୟ ସମ୍ବନ୍ଧୀୟ ତଥ୍ୟ ମ�



