
୨୧-୮-୨୦୨୬,ସମ୍ବଲପୁର ଜିଲ୍ଲା (ନରେନ୍ଦ୍ର ସାହୁ ) ଜମନକିରା ବ୍ଲକ, କେନାଢିପା ପୁରୁଣା ପଞ୍ଚାୟତ ଅଫିସ ଶୋଚନୀୟ ଅବସ୍ଥା ରେ ପଡ଼ିଛି। ଅଛାରାଏ ବର୍ଷା ରେ ବା ଏହି ଲଘୁଚାପ ବର୍ଷା ରେ ପଞ୍ଚାୟତ ଅଫିସ୍ ସମ୍ମୁଖରେ ଆଣ୍ଠୁଏ ପାଣି ଜମା ହେଉଛି।ଓ ବାରଣ୍ଡା ଉପରେ ସିଉଳି ହୋଇ ସରଦା ହୋଇଯାଇଛି।ବର୍ତ୍ତମାନ ସେଠାରେ ଅନ୍ନପୂର୍ଣ୍ଣା ଯୋଜନାର ଚାଉଳ ବିତରଣ କରାଯାଉଛି। ତେଣୁ ଏ କେନାଢିପା ପଞ୍ଚାୟତ ର ବୃଦ୍ଧ ବୃଦ୍ଧା ଓ ଲୋକମାନେ ସୁରକ୍ଷିତ ମଣୁ ନାହାନ୍ତି।କେତେବେଳେ ବି ଚାଉଳ ବିତରଣ ସମୟରେ ପଡ଼ିଯାଇପାରନ୍ତି।ଓ ପୁରୁଣା ପଞ୍ଚାୟତ ଅଫିସ ସାମ୍ନା ସ୍କୁଲ ର କୋଠରି ଟିଏ ବିପଦ ପୂର୍ଣ୍ଣ ଅବସ୍ଥା ରେ ଝୁଲି ରହିଛି। ସେଠାକୁ ଚାଉଳ ନେଇ ଯାଉଥିବା ବ୍ୟକ୍ତି
ସେହିଠାରେ ଅପେକ୍ଷା କରୁଛନ୍ତି। ସେଇଠି ମଧ୍ୟ ଲୋକେ ସୁରକ୍ଷିତ ନୁହନ୍ତି। ତେଣୁ ବ୍ଲକ ପ୍ରଶାସନ ବିହିତ ପଦକ୍ଷେପ ନେଇ ପଞ୍ଚାୟତ ଅଫିସ ସାମ୍ନା ରୁ ପାଣି ଉଠେଇବାର ବ୍ୟବସ୍ଥା କରାଗଲେ କିମ୍ବା ପାଣି ଯିବାର ରାସ୍ତା ନିର୍ମାଣ କଲେ ଏହି ପଞ୍ଚାୟତ ର ଜନସାଧାରଣ ଉପକୃତ ହେବେ ବୋଲି ପଞ୍ଚାୟତ ବାସୀ ଅଭିଯୋଗ କରନ୍ତି।
ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ୍।




