ସ୍ୱାମୀଜୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକ ମହୋତ୍ସବ
ସ୍ୱାମୀଜୀଙ୍କ ହତ୍ୟାକାଣ୍ଡ ଘଟଣାର ସତ୍ୟାସତ୍ୟ ଉନ୍ମୋଚିତ ହେବ ମୁଖ୍ୟମନ୍ତ୍ରୀ

଼ତାଳଚେର, ୨୧/୦୯ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମଶତବାର୍ଷିକ ମହୋତ୍ସବ ତାଳଚେର ବ୍ଲକ ଅନ୍ତର୍ଗତ ଗୁରଜାଙ୍ଗ ଗ୍ରାମରେ ପାଳିତ ହୋଇଯାଇଛି । ଉକ୍ତ ମହୋତ୍ସବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଆଦିବାସୀ ଜନଜାତି, ବନବାସୀ, ଗ୍ରାମର ବିକାଶରେ ଜାତିର ବିକାଶ, ଗୋହତ୍ୟା ବନ୍ଦ, ପ୍ରତ୍ୟେକ ହାତକୁ କାମ, ପ୍ରକୃତିର ସୁରକ୍ଷା, ନାରୀଶିକ୍ଷା, ଅନ୍ଧବିଶ୍ୱାସରୁ ମୁକ୍ତି ତଥା ସନାତନ ଧର୍ମର ସୁରକ୍ଷାପାଇଁ ସ୍ୱାମୀଜି ସଦାସର୍ବଦା ପ୍ରୟାସ ଜାରି ରଖିଥିଲେ ବୋଲି ପ୍ରକାଶ କରିଥିଲେ । ସ୍ୱାମୀଜୀଙ୍କ ଗ୍ରାମକୁ ଏତିହ୍ୟ ଗ୍ରାମ୍ୟ, ଆଦର୍ଶ ପଂଚାୟତ ଘୋଷଣା କରିବା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସ୍ମୃତି ନ୍ୟାସ ଉନ୍ନତି ପାଇଁ ୩କୋଟି ଅନୁଦାନ ଘୋଷଣା କରିଥିଲେ । ପୂର୍ବ ସରକାର ଅପରିଣାମ ଦର୍ଶି ପାଇଁ ସ୍ୱାମୀଜୀଙ୍କ ହତ୍ୟାକାଣ୍ଡ ଘଟିଲା ଏବଂ ହତ୍ୟାକାଣ୍ଡପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ । ପୁନଶ୍ଚ ତଦନ୍ତ ଫାଇଲ ମଧ୍ୟ ହଜିଗଲା । ମୋହନ ସରକାର ସ୍ୱାମୀଜୀଙ୍କ ହତ୍ୟାକାଣ୍ଡ ଉପରେ ନିଶ୍ଚିତଭାବେ କାହାକୁ ଛଡ଼ାଯିବ ନାହିଁ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ । ସେହିପରି ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ସ୍ୱାମୀଜୀଙ୍କ ଜୀବନ, ସଚେତନା ଧର୍ମ, ଗୋ ରକ୍ଷା, ପର୍ଯ୍ୟାବରଣ ଧର୍ମରକ୍ଷା ପାଇଁ ସମର୍ଥିତ ଥିଲା ବୋଲି ପ୍ରକାଶ କରିଥିଲେ । ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ସ୍ୱାମୀଜୀଙ୍କ ଦିବ୍ୟ ଚେତନା ଓ ଆର୍ଶିବାଦ ଆଜି ଆମ ଉପରେ ରହିଛି ବୋଲି ପ୍ରକାଶ କରିଥିଲେ । ସ୍ୱାମୀଜୀ ସନ୍ଥ ଭୀମଭୋଇଙ୍କ ‘ମୋ ଜୀବନେ ପଛେ ନର୍କ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ ବିଚାରରେ ନିଜ ଜୀବନକୁ ଓଡ଼ିଶାର ଜନଜାତି ଓ ବଂଚିତ ସମାଜ କଲ୍ୟାଣ ପାଇଁ ଉତ୍ସର୍ଗ କରିଥିଲେ । ସେ କନ୍ଧମାଳ ଓ ଫୁଲବାଣୀ ଭଳି ଦୁର୍ଗମ ଅଂଚଳରେ ଆଶ୍ରମ, ସଂସ୍କୃତ ବିଦ୍ୟାଳୟ ଓ କନ୍ୟାଶ୍ରମ ସ୍ଥାପନ କରି ଶିକ୍ଷା ସଂସ୍କାର ଓ ସଂସ୍କୃତିର ପ୍ରସାର କରିବା ସହିତ ବେଆଇନ ଧର୍ମାନ୍ତକରଣ ରୋକିବା, ଗୋସୁରକ୍ଷା, ଆଧୁନିକ ଚାଷକାର୍ଯ୍ୟ ଓ ବୃକ୍ଷରୋପଣ ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ନିଜ ସ୍ୱଧର୍ମପ୍ରତି ଗୌରବ ଜାଗ୍ରତ କରିବା ଅତୁଳନୀୟ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ । ପଂଚାୟତରାଜ ମନ୍ତ୍ରୀ ରବିନାରାୟଣ ନାଏକ, ଢ଼େଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ପାଲହଡ଼ା ବିଧାୟକ ଅଶୋକ ମହାନ୍ତି, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପର୍ଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା, ହିନ୍ଦୋଳ ବିଧାୟିକା ସିମାରାଣୀ ନାୟକ, କନ୍ଧମାଳ ବିଧାୟକ ଉମାଚରଣ ମଲ୍ଳୀକ ସମେତ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଉତରାଧିକାରୀ ସ୍ୱାମୀ ସଚିଦାନନ୍ଦ ମହାରାଜ, ସ୍ୱାମୀ ଜୀବନଚୈତନ୍ୟ ଜୀ, ରାଷ୍ଟ୍ରିୟ ସ୍ୱୟଂସେବକ ସଂଘର କ୍ଷେତ୍ରିୟ କାର୍ଯ୍ୟବାହ ଦୁର୍ଗାଚରଣ ସାହୁ, ପଣ୍ଡିତ ମାତୃପ୍ରସାଦ ମିଶ୍ର ଯୋଗଦେଇ ନିଜର ବିଚାର ରଖିଥିଲେ । ଜନ୍ମଶତବାର୍ଷିକ ଅବସରରେ ବିଶାଳ ଯଜ୍ଞର ଆୟୋଜନ କରାଯାଇଥିଲା । ପ୍ରାତଃ ସମୟରେ ଗ୍ରାମ ତଥା ଆଖାପାଖ ଅଂଳର ମହିଳା କଳସଯାତ୍ରାରେ ଭାଗନେଇ ବ୍ରାହ୍ମଣୀ ନଦୀରୁ କଳସରେ ଜଳ ଅଣାଯାଇଥିଲା । ପରେପରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା – ବୋଲି ଜିଲ୍ଳା ସଂଯୋଗ ବିଜୟ ସାହୁ ତଥା ବ୍ୟବସ୍ଥା ପ୍ରମୁଖ ପର୍ଶୁରାମ ବାରିକ, ସର୍ବ ବ୍ୟବସ୍ଥା ପ୍ରମୁଖ କାର୍ତିକଶ୍ୱର ସାହୁ ପ୍ରଭୃତି କର୍ମକର୍ତା ମାନେ ସହଯୋଗ କରିଥିଲେ ।



