ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ତାଳଚେର ଗସ୍ତ ଅବସରରେ ଦାବୀପତ୍ର
ତାଳଚେର, ୨୧/୦୮ ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ତାଳଚେର ଗସ୍ତ ଅବସରରେ ଏକ ଦାବୀପତ୍ର ଗୁରୁଜାଙ୍ଗ ଠାରେ ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ କରାଯାଇଅଛି ଯେ, ପବିତ୍ର ମୋହନ ମେଡିକାଲ୍ କଲେଜ୍ ର ରୋଗୀ ସେବା ଜିଲ୍ଲା ମେଡିକାଲ୍ ପରିବର୍ତେ ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ୍ ରେ କରିବା ଦାବୀରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଆଜକୁ ୨୨୫ ଦିନ ହେଲା ଚାଲୁ ରହିଛି । ତାଳଚେରରେ ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ପବିତ୍ର ମୋହନ ମେଡିକାଲ୍ ତିଆରି କଲେ । ପବିତ୍ର ମୋହନ ମେଡିକାଲ୍ ରେ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଗଲା । କିନ୍ତୁ ଦୁଃଖର ବିଷୟ ତାଳଚେରର ପବିତ୍ର ମୋହନ ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ ହେଲା କିନ୍ତୁ ସରକାର ମେଡିକାଲ୍ କଲେଜ୍ ର ମେଡିକାଲ୍ କୁ ପବିତ୍ର ମୋହନ ମେଡିକାଲ୍ ବଦଳରେ ଅନୁଗୋଳ ଜିଲ୍ଲା ମେଡିକାଲ୍ କୁ ଗ୍ରହଣ କଲେ । ବର୍ତମାନ ଜିଲ୍ଲା ମେଡିକାଲ୍ ରେ ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ ର ମେଡିକାଲ୍ କାର୍ଯ୍ୟ କରୁଅଛି । ତାଳଚେରବାସୀ ସରକାରଙ୍କୁ ସବୁଠାରୁ ଅଧିକ ରାଜସ୍ୱ ଦେବା ପାଇଁ ଏଠାରୁ ଅଧିକ କୋଇଲା ଓ ବିଜୁଳି ଉତ୍ପାଦନ ହେଉଅଛି । ଏହା ଦ୍ୱାରା ଏହି ଅଂଚଳ ଦେଶର ସବୁଠାରୁ ଅଧିକ ପ୍ରଦୂଷଣ ଅଂଚଳ ଭାବରେ ବିବେଚନା ହୋଇଛି ଓ ପ୍ରଦୂଷଣରେ ଧୂଳିଧୂଆଁ ଖାଇ ତାଳଚେରବାସୀ ବିଭିନ୍ନ ମାରାତ୍ମକ ରୋଗରେ ଜର୍ଜରିତ ହୋଇ ଉପଯୁକ୍ତ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଛନ୍ତି । ଏଠାରେ ଖୁବ୍ କମ୍ ବୟସରେ ଲୋକମାନେ ହାର୍ଟ, କ୍ୟାନସର ରୋଗରେ ମୃତ୍ୟୁ ବରଣ କରୁଛନ୍ତି । ଏହାକୁ ଗୁରୁତର ସହ ବିଚାର କରି ତାଳଚେରବାସୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗି ଦେବା ପାଇଁ ମେଡିକାଲ୍ କଲେଜ୍ ର ହସପିଟାଲ୍ କୁ ଜିଲ୍ଲା ପରିବର୍ତେ ତାଳଚେର ପବିତ୍ର ମୋହନ ହସପିଟାଲ୍ କୁ ଗ୍ରହଣ କରାଯାଉ । ଏହା ପୂର୍ବରୁ ଗତ ତା୧୮/୨/୨୦୨୬ ରିଖରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦ୍ୱାରା ଜଣାଇ ଦିଆଯାଇଥିଲା । ଆଜିର ଏହି ଦାବୀପତ୍ର ପାଇଁ ଉପଦେଷ୍ଟା ଚୈତନ୍ୟ ପ୍ରଧାନ, ସାଧାରଣ ସଂପାଦକ ବିଜୟ ପ୍ରଧାନ, ଉପସଭାପତି ବିନୋଦ ଲାଲ୍, ଶୋଭାଗିନୀ ଦେବୀ, ବାସନ୍ତୀ ନାଥ ପ୍ରମୁଖ ଗୁରୁଜାଙ୍ଗ ଠାରେ ଉପସ୍ଥିତ ଥିଲେ ।

August 21, 2026/
No Comments


