ଶ୍ରୀଜଗନ୍ନାଥ ସଂକୀର୍ତ୍ତନ ଲୋକକଳାର ସାଙ୍ଗଠନିକ ବୈଠକ

ଭବାନୀପାଟଣା, ୨୩/୮/୨୦୨୬:
କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀଜଗନ୍ନାଥ ସଂକୀର୍ତ୍ତନ ଲୋକକଳା ଆନୁକୂଲ୍ୟରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ରାଜ୍ୟ ଲୋକକଳା ମହାସଂଘର ସଭାପତି ଡ. କରୁଣାକର ପ୍ରଧାନ, ରାଜ୍ୟ ସମ୍ପାଦକ ସୁଦର୍ଶନ ଚମ୍ପତ୍ତି, କଳାହାଣ୍ଡି ଜିଲ୍ଲା ସଭାପତି ଟେଙ୍ଗନୁ ବାରିକ, ଜିଲ୍ଲା ସମ୍ପାଦକ ଅନ୍ତର୍ଯ୍ୟାମୀ ସରାପ ଏବଂ ସୁନାମଧନ୍ୟ କଳାକାର ସଞ୍ଜୟ ସାହୁ ମଞ୍ଚାସୀନ ଥିଲେ। ଏଥିରେ ରାୟଗଡ଼ା, ନୂଆପଡ଼ା ଓ କନ୍ଧମାଳ ଜିଲ୍ଲାର ସଭାପତି, ସମ୍ପାଦକଙ୍କ ସମେତ ବହୁ କଳାକାର ଯୋଗଦେଇଥିଲେ।
ମଞ୍ଚାସୀନ ଅତିଥିମାନେ ଲୋକକଳା ଓ କଳାକାରଙ୍କ ସମସ୍ୟା ଏବଂ ଲୋକକଳାକୁ କିପରି ସ୍ଥାୟୀ ଭାବେ ସୁରକ୍ଷିତ ଓ ସମୃଦ୍ଧ କରାଯାଇପାରିବ, ସେନେଇ ମତବ୍ୟକ୍ତ କରିଥିଲେ। ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଟେଙ୍ଗନୁ ବାରିକ ରାଜ୍ୟର ପ୍ରତ୍ୟେକ ବ୍ଲକରେ ସଂସ୍କୃତି ଭବନ ନିର୍ମାଣ, ପ୍ରକୃତ କଳାକାରଙ୍କୁ ଚିହ୍ନଟ କରି ଆର୍ଟିଓ ପାସ୍ ପ୍ରଦାନ ଭଳି ସୁବିଧା ଦେବାକୁ ଦାବି କରିଥିଲେ।
ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ସରାପ ମହିଳା କୀର୍ତ୍ତନରେ ରଙ୍ଗୀନତା ଯୋଗୁଁ ଭାବ, ଭକ୍ତି ଓ ହୃଦୟର ଆବେଗ ପ୍ରଭାବିତ ହେଉଥିବା ସହ ଦଶଟି ବିଷୟ ନେଇ ମତ ରଖିବା ସହ ପ୍ରତ୍ୟେକ କଳାକାରଙ୍କୁ ଚିହ୍ନଟ କରି ପରିଚୟପତ୍ର ପ୍ରଦାନ ଓ ସରକାରୀ ଅନୁଦାନ ଯୋଗାଇଦେବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମତ ଦେଇଥିଲେ।
ପରିଶେଷରେ କଳାକାର ତଥା ସଂଯୋଜକ ସଞ୍ଜୟ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
କଳାହାଣ୍ଡି ଗୋଲାମୁଣ୍ଡା ରୁ କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତଭାରତ ନିୟୁଜ




