ଇଂଲଣ୍ଡ ଗସ୍ତରୁ ଫେରିଥିବା ଭାରତୀୟ ଦିବ୍ୟାଙ୍ଗ କ୍ରିକେଟ ଦଳକୁ ଭେଟିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ନୂଆଦିଲ୍ଲୀଠାରେ ଭାରତୀୟ ଦିବ୍ୟାଙ୍ଗ ପୁରୁଷ କ୍ରିକେଟ ଦଳର ଖେଳାଳିମାନଙ୍କୁ ଭେଟି ସେମାନଙ୍କ ଉତ୍ସାହ ବଢ଼ାଇଛନ୍ତି। ‘ଇଣ୍ଡିଆ-ଇଂଲଣ୍ଡ ମିକ୍ସଡ୍ ଡିସଏବିଲିଟି T20I ସିରିଜ୍ ୨୦୨୬’ ଖେଳି ଇଂଲଣ୍ଡରୁ ସ୍ୱଦେଶ ଫେରିବା ପରେ ଟିମ୍ ଗୃହମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲା। ଦେଶ ପାଇଁ ଗୌରବ ଆଣିବାରେ ଖେଳାଳିମାନଙ୍କ ଅଦମ୍ୟ ଇଚ୍ଛାଶକ୍ତି ଓ ପରିଶ୍ରମ ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ପ୍ରେରଣା ବୋଲି ଶ୍ରୀ ଶାହ ‘X’ (ପୂର୍ବର ଟ୍ୱିଟର) ମାଧ୍ୟମରେ ପ୍ରକାଶ କରିବା ସହ ଖେଳାଳିମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।



