କାଙ୍ଗୁଲା ବେନ୍ତପୁରରେ ବିଜେଡିକୁ ଝଟକା
ନିଲୁ ଭାଇଙ୍କ ଉପସ୍ଥିତିରେ ବିଜେପିରେ ମିଶିଲେ ବହୁ ନେତା ଓ କର୍ମୀ

ଅନୁଗୋଳ: ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀର କାଙ୍ଗୁଲା ବେନ୍ତପୁର ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଛି ବିଜେପିର ମିଶ୍ରଣ ପର୍ବ। ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ (ନିଲୁ ଭାଇ)ଙ୍କ ଉପସ୍ଥିତିରେ ବିଜେଡି ଛାଡ଼ି ବହୁ ନେତା ଓ କର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି।
ବେନ୍ତପୁରର ନାଏବ ସରପଞ୍ଚ ତଥା ବିଜେଡି ଯୁବନେତା ମନୋରଞ୍ଜନ ତ୍ରିପାଠୀ, ଯୁବନେତା ଓ ସମାଜସେବୀ ତାପସ ପାଲ, ବିଜେଡି ନେତା ଚବିନ୍ଦ୍ର ବେହେରା, ଯୁବନେତା ସନ୍ତୋଷ ପରିଡ଼ାଙ୍କ ସମେତ ବହୁ ବିଜେଡି କର୍ମକର୍ତ୍ତା ବିଜେପିରେ ସାମିଲ ହୋଇଥିବା ଜଣାପଡ଼ିଛି।
ଏହି ଅବସରରେ ଗଗନ ବେହେରା, ସୂର୍ଯ୍ୟକାନ୍ତ ଭୋଇ, ମାନସ ଭୋଇ, ବିଜୁ ଭୂତିଆ, ବଳିଆ ଭୋଇ, ସୁନୀଲ କୁମାର ତ୍ରିପାଠୀ, ସଞ୍ଜୟ ମହାପାତ୍ର, ରଶ୍ମି ରଞ୍ଜନ ତ୍ରିପାଠୀ, ଦେବାଶିଷ ରଥ, ପ୍ରମୋଦ ନାଏକ, ପ୍ରଦୀପ ନାଏକ, ପ୍ରଶାନ୍ତ ନାଏକ, ତୀର୍ଥ ନାଏକ ଓ ୱାର୍ଡ ମେମ୍ବର ପ୍ରଶାନ୍ତି ନାଏକଙ୍କ ସମେତ ଅନ୍ୟମାନେ ବିଜେପିରେ ଯୋଗଦେଇଥିଲେ।
ନବାଗତମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନୀତି, ଆଦର୍ଶ ଏବଂ ବିକାଶମୂଳକ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଇଥିବା କହିଛନ୍ତି।
ମିଶ୍ରଣ ପର୍ବରେ ବିଜେପି ନେତା ଲଳିତ ପାଳ, ଯୁବନେତା ଉଦୟ ପରିଡ଼ା, ସେବା ସମବାୟ ସମିତି ସଭାପତି ରବିନ୍ଦ୍ର ବେହେରା, ପୂର୍ବତନ ସରପଞ୍ଚ ତଥା ଯୁବନେତା ପ୍ରକାଶ ଭୋଇ, ୨୮ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡ଼ନାୟକ, ସଞ୍ଜୟ ପ୍ରଧାନ, ପ୍ରସନ୍ନ ତ୍ରିପାଠୀ, ଦିବାକର ପରିଡ଼ା, ଶୁଭମ୍ ଭୋଇଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା ଉପସ୍ଥିତ ରହି ନୂତନ ସଦସ୍ୟମାନଙ୍କୁ ଦଳକୁ ସ୍ୱାଗତ କରିଥିଲେ।
ଏହି ମିଶ୍ରଣ ଫଳରେ କାଙ୍ଗୁଲା ବେନ୍ତପୁର ଗ୍ରାମ ପଞ୍ଚାୟତରେ ବିଜେପି ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ଦଳୀୟ ନେତା ଓ କର୍ମୀମାନେ ଆଶା ପ୍ରକାଶ କରିଛନ୍ତି।



