କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଓ ଜଙ୍ଗଲ ପାହାଡ଼ରେ ପରିବେଷ୍ଠିତ ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଗୁଡ଼ିଏ ଖଣି କମ୍ପାନୀ ଗଢି ଉଠିଛି କିନ୍ତୁ ଏହି ଖଣି କମ୍ପାନୀ ମନମୁଖୀ କାର୍ଯ୍ୟ ଓ କିଛି ଅସାଧୁ ସରକାରୀ କର୍ମଚାରୀ ମାନଙ୍କ ଯୋଗୁ ଅନେକ ସମୟରେ ଏହି ଖଣି କମ୍ପାନୀ ମାନେ ପାହାଡ଼ ଓ ଜଙ୍ଗଲ ସବୁକୁ ନିଜସ୍ୱ ପୈତୃକ ସଂପତ୍ତି ଭାବି ବ୍ୟବହାର କରିଥାନ୍ତି। ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ବଡ଼ବିଲ ବନାଞ୍ଚଳରେ ଏକ ବିରାଟ ଜଙ୍ଗଲ ପରିବେଷ୍ଟିତ ପାହାଡକୁ ଅବାଧରେ କଟା ଚାଲିଛି ଏହା କାହା ସ୍ୱାର୍ଥରେ ଓ କଣ ପାଇଁ ଏବଂ କିଏ କରୁଛି ଏଭଳି କାର୍ଯ୍ୟ, ଯାହାକି ଆମ ପ୍ରତିନିଧିଙ୍କ ଦୃଷ୍ଟି ଗୋଚର ହେବାରୁ ସେ ବଡ଼ବିଲ ରେଞ୍ଜର ସଞ୍ଜୀବ କୁମାର ରାଉତ୍ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଦେଖାଯାଉ ଖବର ପ୍ରସାରଣ ପରେ ଏହା ଉପରେ କି ପ୍ରକାରର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି , ଆମେ ଦେଖାଇବୁ ସମ୍ପୂର୍ଣ ତଥ୍ୟ ପରବର୍ତ୍ତୀ ସମୟରେ………….କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



