ବନ୍ୟା ଘେରରେ କାର୍ଲି ଗ୍ରାମର ଛ ଜଣ ଚାଷୀ ଫସି ଥିବା ବେଳେ ଅଗ୍ନି ସମ ଵିଭାଗ ପକ୍ଷରୁ ଉଦ୍ଧାର।

ଗୋଲାମୁଣ୍ଡା/୨୪/୮/୨୬/କଲାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଙ୍ଗସା ପାଲି ଗ୍ରାମପଞ୍ଚାୟତ ଅଧିନରେ ଥିବା କାର୍ଲ ଗ୍ରାମର ଛଅ ଜଣ ଚାଷୀ ବନ୍ୟା ପାଣିରେ ଫସି ରହିଥିବା ଦୃଶ୍ୟ ଅଞ୍ଚଳରେ ଚର୍ଚ୍ଚା ହୋଇ ଥିଲା, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ ଆଜି ସକାଳ ସମୟରେ କାର୍ଲ ଗ୍ରାମର ଛଅ ଜଣ ଚାଷୀ ମାନେ ତେଲ ନଦୀ ଆର ପଟରେ ନିଜ ନିଜ ଜମି କୁ ଯାଇ ଥିବା ବେଳେ ହଟାତ ନଦୀରେ ଜଳସ୍ତର ବଢିବାରେ ଲାଗିଥିଲା, ଚାଷୀ ମାନେ ନିଜ ନିଜ ଘରକୁ ଆସି ନ ପାରିବାରୁ ଗୋଲାମୁଣ୍ଡା ବ୍ଲକ ଅଗ୍ନି ସମ ଵିଭାଗ ପକ୍ଷରୁ ହାବିଲଦାର ତ୍ରିଲୋଚନ ନାଇକ, ନୃପରାଜ ଶବର, ମୁରଲୀଧର ମାଝୀ, ରସେଭ ପଟେଲ, ମିଳନ କୁମାର ଗୌଡ଼, ମହେନ୍ଦ୍ର ମୁଣ୍ଡ ପ୍ରମୁଖ କୌଣସି ସୂଚନା ପାଇ ତୁରନ୍ତ ଘଟଣା ସ୍ଥଳରେ ଯାଇ ଫସି ରହିଥିବା ଚାଷୀ ସୁଶାନ୍ତ ବିଶ୍ୱାଳ, ବିଭୁତି ବୁଦ୍ଧିଆ, ଉମା ବୁଦ୍ଧିଆ, ଯୁଜେଷ୍ଟି ବୁଦ୍ଧିଆ, ନିରଞ୍ଜନ ହଂସ, ଓ ଘନଶ୍ୟାମ ବୁଦ୍ଧିଆ ଙ୍କୁ ଉଦ୍ଧାର କରି ଥିବାରୁ ଚାଷୀ ମାନେ ସୁରକ୍ଷିତ ଭାବେ ଘରକୁଫେରି ଥିଲେ, ଉଦ୍ଧାର ସମୟରେ ଗୋଲାମୁଣ୍ଡା ବ୍ଲକ ଅତିରିକ୍ତ ତହସିଲଦାର ଅନୁଭବ ମହାନ୍ତି, ବୋର ଗୁଡା ଆର ଆଇ କ୍ଷମାନିଧି ନାଏକ,ଦଶ ପୁର ପୁଲିସ ଫାଣ୍ଡି OSAP SS BN, ମନରଞ୍ଜନ ଏକା,ହୋମଗାର୍ଡ ମହାଦେବ ସୁନାନି, ରେଙ୍ଗସାପାଳି ସରପଞ୍ଚ ଙ୍କ ପ୍ରତିନିଧି ସନ୍ତୋଷ ବୁଦ୍ଧିଆ ପ୍ରମୁଖ ଉପସ୍ଥିତ ରହିଥିଲେ, ଆସନ୍ତୁ ଦେଖିବା ବନ୍ୟା ପାଣିରେ ଅଗ୍ନି ସମ ଵିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଦୃଶ୍ୟ ଦେଖି ଅଞ୍ଚଳ ବାସୀ ଭୁରି ଭୁରି ପ୍ରଶଂସା କରିଥିଲେ
କଳାହାଣ୍ଡି ଗୋଲାମୁଣ୍ଡା ରୁ କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତଭାରତ ନିୟୁଜ



