ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ
ହିନ୍ଦୋଳ, ୨୫ ଅଗଷ୍ଟ ୨୦୨୬: ମଙ୍ଗଳବାର ଦିନ ମଧ୍ୟାହ୍ନ ୧୨ ଘଟିକା ସମୟରେ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ପାରିକୁଳ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ପ୍ରଶାସନ, ଢେଙ୍କାନାଳଙ୍କ ସଞ୍ଚୟ ଓ ଆର୍ଥିକ ସେବା ସଂଗଠନର ସୌଜନ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ଶ୍ରୀମତୀ ଶଶ୍ମିତା ପାତ୍ର ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ପରେ ଶ୍ରୀ ମନୋରଞ୍ଜନ ଗଡ଼ନାୟକ ଉପସ୍ଥିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।
ଶିବିରରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀମତୀ ପ୍ରଜ୍ଞା ମିଶ୍ର, ସଦର ଉପଖଣ୍ଡ ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀମତୀ ଅଭିଲିପ୍ସା ବିଶ୍ୱାଳ, ଢେଙ୍କାନାଳ ପୋଷ୍ଟାଲ ଉନ୍ନୟନ ଅଧିକାରୀ (PLI) ଶ୍ରୀ ଦୀପ୍ତି ରଞ୍ଜନ ସାମନ୍ତ ଏବଂ ହିନ୍ଦୋଳ C.F.L. କୋଅର୍ଡିନେଟର ଶ୍ରୀ ସଙ୍ଗ୍ରାମ କେଶରୀ ବାରିକ ପ୍ରମୁଖ ଯୋଗଦେଇ ବିଭିନ୍ନ ସଞ୍ଚୟ ଯୋଜନା, ଆର୍ଥିକ ସେବା ଓ ଆର୍ଥିକ ସଚେତନତା ସମ୍ପର୍କରେ ବିସ୍ତୃତ ଭାବେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ଶ୍ରୀ ବିପ୍ରବ ଗଡ଼ନାୟକ, ଶ୍ରୀ ତନ୍ମୟ ସାହୁ, ଶ୍ରୀମତୀ ଜ୍ୟୋତିର୍ମୟୀ ରାଉଳ, ଶ୍ରୀମତୀ ଶ୍ରାବଣୀ ସାହୁ, ଶ୍ରୀ ଅବିନାଶ ନାୟକ ଏବଂ ଶ୍ରୀ ସୁଭାଷ ଦେହୁରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ସହଯୋଗ କରିଥିଲେ।
ପରିଶେଷରେ ଅର୍ଥନୀତି ଅଧ୍ୟାପିକା ଶ୍ରୀମତୀ ସମିତା ସାହୁ ଉପସ୍ଥିତ ସମସ୍ତ ଅତିଥି, ଅଧିକାରୀ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ



