ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ସ୍ନେହ ସମ୍ପର୍କର ଡ଼ୋରୀରେ ବାନ୍ଧି ହେଲା ତାଳଚେର଼
ତାଳଚେର, ୨୭/୦୮ ଶ୍ରାବଣମାସ ଶୁକ୍ଳପକ୍ଷ ଚର୍ତୁଦଶୀ ତିଥିରେ ପବିତ୍ର ରାକ୍ଷୀପୂର୍ଣ୍ଣିମା ପାଳିତ ହେବ । ଏବେ ଛକ ଠାରୁ ବଜାର ବିଭିନ୍ନ ଜାଗାରେ ରାକ୍ଷୀ ଦୋକାନ ଗୁଡ଼ିକରେ ଭିଡ଼ ଦେଖିବାକୁ ମିଳିଛି । ହୀନ୍ଦୁଧର୍ମ ଅନୁଯାୟୀ ରାକ୍ଷୀପୂର୍ଣ୍ଣିମା ଏକ ପ୍ରମୁଖ ପର୍ବ ଓ ଆଜିର ଦିନରେ ଗୋମାତାଙ୍କୁ ସ୍ନାନ କରାଇ ପୂଜାର୍ଚ୍ଚନା କରାଯିବା ସହ ପିଠାପଣା ଖାଇବାକୁ ଦିଆ ଯାଇଥାଏ, ସେହିଭଳି ଭଉଣୀ ଭାଇ ହାତରେ ରାକ୍ଷୀବନ୍ଧି ଦେଇ ତାର ମଙ୍ଗଳ ମନାସୀ ଥାଏ, ଆଉ ସେହି ସମ୍ପର୍କର ଡ଼ୋରି ରାକ୍ଷୀକୁ ରକ୍ଷା କବଚ ବୋଲି ମନାଯାଏ । ଶ୍ରାବଣମାସ ଶୁକ୍ଳପକ୍ଷ ଚର୍ତୁଦଶୀ ତିଥିରେ ୧୯ ତାରିଖ ଦିନ ରାକ୍ଷୀପୂର୍ଣ୍ଣିମା ପଡ଼ୁଥିବାରୁ ବଜାର ତଥା ଦୋକାନମାନଙ୍କରେ ଭିଡ଼ ପରିଲକ୍ଷିତ କରାଯାଇଥିଲା । ଏହାକୁ ନେଇ ମିଠା ଓ ରାକ୍ଷୀ ବ୍ୟବସାୟୀମାନେ ଭଲ ଦିପଇସା ରୋଜଗାର କରିଥିବା ଜଣାପଡ଼ିଛି । କଲିକତା ସମେତ ବ୍ୟବସାୟୀମାନେ ବିଭିନ୍ନ ସ୍ଥାନରୁ ରାକ୍ଷୀ ବଜାରକୁ ଆଣିଥାନ୍ତି । ୨ଟଙ୍କାରୁ ଆରମ୍ଭ କରି ୫ଶହ ଟଙ୍କା ପର୍ଯ୍ୟନ୍ତ ରାକ୍ଷୀର ମୂଲ୍ୟ ରହିଛି ବୋଲି ବ୍ୟବସାୟୀମାନେ କହିଛନ୍ତି । ଏଥିସହ ଅଭିନନ୍ଦନ ଓ ଭାଇ ଭଉଣୀଙ୍କ ଉଦ୍ଦେଶ୍ୟ ବାର୍ତା ଲେଖା ଥିବା ବିଭିନ୍ନ ଡ଼ାଜାଇନ୍ର କାର୍ଡ଼, ଫିକ୍ସ ଡ଼ାଇମଣ୍ଡ, ପାସ୍ପୋଟ ରାକ୍ଷୀ, ସେଟ୍, ଆଲଫାବେଟିକାଲ୍, ଚେନ୍, ବ୍ରେସ୍ଲେଟ୍, ଫେମିଲ୍ ପେକ୍ ରାକ୍ଷୀ ଭଳି ଅନେକ ଡ଼ିଜାଇନ୍ର ରାକ୍ଷୀ ମିଳୁଥିବାର କହିଛନ୍ତି । ସେହିପରି ଛୋଟପିଲା ମାନଙ୍କ ମଧ୍ୟ ଭିମ, ନଟିଆ, ବାଲକ୍ରିଷ୍ଣ, ଗଣେଶ, ସ୍ପାଇଡ଼ରମ୍ୟାନ ଭଳି ଅନେକ ପ୍ରକାର ରାକ୍ଷୀ ତାଳଚେର ବାଜରରେ ଉପଲବ୍ଧ ଥିଲା । ଅନ୍ୟପଟେ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଭଳିକି ଭଳି ରାକ୍ଷୀ ଦୋକାନ ସମ୍ମୁଖୀନ ସଜା ହୋଇ ରଖା ଯାଇଥିବାର ଦେଖିବାକୁ ମିଳିଛି । ଭଉଣୀମାନ ଭାଇଙ୍କ ହାତରେ ରାକ୍ଷୀବାନ୍ଧିବା ସହିତ ଅତି ସ୍ନେହଭରାରେ ମିଠା ଖୁଆଇ ଦେଇଥିଲେ । ଏସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାକ୍ଷାତ କରି ରାକ୍ଷୀ ଏକ ଧାଗା ନୁହଁ ଭାଇ ଭଉଣୀଙ୍କର ଅତୁଟ ସ୍ନେହଶ୍ରଦ୍ଧାର ଡ଼ୋରୀ ବୋଲି ଭଉଣୀମାନେ ମତପ୍ରକାଶ କରିଥିଲେ ।

August 27, 2026/
No Comments


