ତାଳଚେର ଉପକାରାଗାରରେ ରକ୍ଷା ବନ୍ଧନ
ତାଳଚେର, ୨୮/୦୮ ରକ୍ଷା କେବଳ ଭାଇ ଭଉଣୀଙ୍କ ମଧ୍ୟରେ ସ୍ନେହର ସମ୍ପର୍କ ନୁହେଁ, ଏହା ମାନବିକତା, ଭାଇଚାରା, ଆତ୍ମିୟତା ଓ ପରସ୍ପର ସହଯୋଗରେ ଏକ ପବିତ୍ରବାର୍ତା ବହନ କରେ । ଏହି ମହତ ଭାବନାକୁ ଆଧାରକରି ଆଜି ତାଳଚେର ୱାର୍କିଙ୍ଗ ଜନାଲିଷ୍ଟ ଆସୋସିଏସନ୍ ପକ୍ଷରୁ ତାଳଚେର ଉପକାରାଗାରରେ ଦୀର୍ଘବର୍ଷ ସଜ୍ଜା କାଟୁଥିବା ଅନ୍ତେଃବାସୀଙ୍କ ସହ ବାର୍ତାଳପ କରିବା ସହ ନିଆରା ଢ଼ଙ୍ଗରେ ରକ୍ଷାବନ୍ଧନ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସୋସିଏସନର ସଦସ୍ୟମାନେ ଅନ୍ତେଃବାସୀଙ୍କ ହାତରେ ରାକ୍ଷୀ ବାନ୍ଧିବା ସମୟରେ କିଛି ମୂହର୍ତ କାରଗାରର ପରିବେଶ ଭାବବିହ୍ୱଳ ହୋଇଥିଲା ଓ ଅନ୍ତେଃବାସୀମାନେ ସ୍ନେହପୂର୍ଣ୍ଣ ପ୍ରୟାସକୁ ସ୍ୱାଗତ କରିଥିଲେ । ଏହି ଅବସରରେ ମିଠାବଂଟନ କରାଯାଇଥିଲା । ଏଥିସହ ଦେହଲଗା ସାବୁନ ମଧ୍ୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘର ସମ୍ପାଦକ ସୌଭାଗ୍ୟ ଚନ୍ଦ୍ର ନାୟକ, ଉପଦେଷ୍ଟା ଧିରମୋହନ ରାଏ, ମଦନମୋହନ ସାହୁ, ସୟଦ ଜୁଲଫିକର ହୁସେନ୍, ସୌମେନ୍ଦ୍ର ସେନାପତି, ଅଜୟ ନାୟକ, ଦେବାଶିଷ ପରିଡ଼ା, ସୌରାଭିନ୍ ନାୟକ, ମନିଲ ମହାରଣା, ଶିକ୍ଷାବିତ ପ୍ରେମାନନ୍ଦ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଉପକାରାଗାରର ସ୍ୱାସ୍ଥ୍ୟ ନିରିକ୍ଷକ ଧିରେନ୍ଦ୍ର ନନ୍ଦ କାର୍ଯ୍ୟକ୍ରମକୁ ପ୍ରସଂଶା କରିବା ସହଅଧିକ୍ଷକ ରସାନନ୍ଦ ବେହେରା ସହଯୋଗରେ ସମସ୍ତ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।



