ଦଳିତ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତ ପରିବାର
ଢେଙ୍କାନାଳ ଜିଲ୍ଲା କଂଟାବଣିଆ ଥାନା ଅନ୍ତର୍ଗତ ମାନପୁର ଗ୍ରାମରେ ଦଳିତ ଯୁବକଙ୍କୁ ମାଡ଼ ମାରିବା ସହ ଧମକ ଦେବା ଅଭିଯୋଗ ହୋଇଛି। ଘଟଣାରେ ପୋଲିସ୍ରେ ଏତଲା ହୋଇଥିଲେ ମଧ୍ୟ ଅଭିଯୁକ୍ତମାନେ ଗିରଫ ହୋଇନଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ପୀଡ଼ିତ ଓ ବସ୍ତିବାସୀ।
ଅଭିଯୋଗ ଅନୁସାରେ, ଗତ ଅଗଷ୍ଟ ୨୩ ତାରିଖ ସକାଳ ପ୍ରାୟ ୮ଟା ସମୟରେ ମାନପୁର ଗ୍ରାମର ଯଶୋବନ୍ତ ନାଏକଙ୍କୁ କିଛି ବ୍ୟକ୍ତି ଗାଳିଗୁଲଜ କରିବା ସହ ଲୁହା ରଡ୍ରେ ଆକ୍ରମଣ କରିଥିଲେ। ଏଥିରେ ଯଶୋବନ୍ତ ଗୁରୁତର ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ପଡ଼ିଯାଇଥିବା ଅଭିଯୋଗ ହୋଇଛି।
ଘଟଣାକୁ ନେଇ କଂଟାବଣିଆ ଥାନାରେ ଏଫ୍ଆଇଆର୍ ନମ୍ବର ୦୧୮୦/୨୦୨୬ରେ ମାମଲା ରୁଜୁ ହୋଇଛି। ତେବେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବା ପୀଡ଼ିତ ପକ୍ଷ ଅଭିଯୋଗ କରିଛନ୍ତି।
ଏଥିସହ ବସ୍ତିବାସୀଙ୍କୁ ଧମକ ଦିଆଯାଉଥିବା ଏବଂ ଭୟଭୀତ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ଫଳରେ ବସ୍ତିର ଲୋକେ ଭୟରେ ରହୁଥିବା ବେଳେ ପିଲାମାନେ ସ୍କୁଲ୍ ଯିବାକୁ ମଧ୍ୟ ଭୟ କରୁଥିବା କହିଛନ୍ତି।
ଘଟଣାରେ ତୁରନ୍ତ ଆଇନଗତ ପଦକ୍ଷେପ ନେବା ସହ ବସ୍ତିବାସୀଙ୍କୁ ସୁରକ୍ଷା ଯୋଗାଇଦେବା ଦାବିରେ ଯଶୋବନ୍ତ ନାଏକଙ୍କ ସମେତ ବସ୍ତିର ଅନ୍ୟମାନେ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଏବେ ପ୍ରଶାସନ ଓ ପୋଲିସ୍ର ପଦକ୍ଷେପକୁ ଅପେକ୍ଷା କରାଯାଇଛି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-scaled.jpg)
