ଢେଙ୍କାନାଳରେ ଖୋଲିଲା Zelio EVର ନୂଆ ଶୋ’ରୁମ୍
ଢେଙ୍କାନାଳ ସହରରେ ଇଲେକ୍ଟ୍ରିକ୍ ଯାନ ପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର। ଦକ୍ଷିଣକାଳୀ ରୋଡ୍ରେ ରିଲାଏନ୍ସ ମଲ୍ ସାମ୍ନାରେ ଖୋଲିଛି Zelio EVର ନୂଆ ଶୋ’ରୁମ୍।
ପରିବେଶ ଅନୁକୂଳ ଓ ଆଧୁନିକ ଇଲେକ୍ଟ୍ରିକ୍ ଯାନକୁ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ଏହି ନୂଆ ଶୋ’ରୁମ୍ ଆରମ୍ଭ ହୋଇଛି।
ଏଠାରେ ବିଭିନ୍ନ ମଡେଲ୍ର ଇଲେକ୍ଟ୍ରିକ୍ ଗାଡ଼ି ଉପଲବ୍ଧ ରହିଛି। ଗାଡ଼ିର ପ୍ରାରମ୍ଭିକ ମୂଲ୍ୟ ରହିଛି ୪୭ ହଜାର ୯୦୦ ଟଙ୍କା।
ଶୋ’ରୁମ୍ ଉଦ୍ଘାଟନ ଅବସରରେ ଗ୍ରାହକଙ୍କ ପାଇଁ ରହିଛି ନଗଦ ରିହାତି ସହ ସ୍ୱତନ୍ତ୍ର ଉପହାରର ବ୍ୟବସ୍ଥା। ଏହା ସହିତ ଗ୍ରାହକଙ୍କ ସୁବିଧା ପାଇଁ ବିକ୍ରୟ ପରବର୍ତ୍ତୀ ସେବା ଏବଂ ସମସ୍ତ ମଡେଲ୍ର ସ୍ପେୟାର୍ ପାର୍ଟସ୍ ମଧ୍ୟ ଶୋ’ରୁମ୍ରେ ଉପଲବ୍ଧ ରହିବ।
ଢେଙ୍କାନାଳରେ ଇଲେକ୍ଟ୍ରିକ୍ ଯାନର ଚାହିଦା ବଢ଼ୁଥିବା ସମୟରେ Zelio EVର ଏହି ନୂଆ ଶୋ’ରୁମ୍ ଗ୍ରାହକଙ୍କ ପାଇଁ ଏକ ନୂଆ ବିକଳ୍ପ ନେଇ ଆସିଛି। ତେବେ ଆପଣ ଯଦି ଇଲେକ୍ଟ୍ରିକ୍ ସ୍କୁଟର୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଏଠାରେ ମଡେଲ୍, ଦାମ ଓ ଅଫର୍ ବିଷୟରେ ସିଧାସଳଖ ଜାଣିପାରିବେ।
ଢେଙ୍କାନାଳର ଦକ୍ଷିଣକାଳୀ ରୋଡ୍ରେ ରିଲାଏନ୍ସ ମଲ୍ ସାମ୍ନାରେ ଏହି ନୂଆ Zelio EV ଶୋ’ରୁମ୍ ଗ୍ରାହକଙ୍କୁ ସ୍ୱାଗତ କରୁଛି।



