କବି ବିନୋଦ ନାୟକ ଙ୍କ ସାହିତ୍ୟରେ ପଶ୍ଚିମ ଓଡ଼ିଶା ର ପଲ୍ଲୀ ପ୍ରାଣତ। ଓ ରୂପ କଳ୍ପ ଭରପୂର ହୋଇ ରହିଛି, କବି ବିନୋଦ ଚନ୍ଦ୍ର ନାୟକ ଙ୍କ ଜୟନ୍ତୀ ଉତ୍ସବ ପାଳିତ
କୁଚିଣ୍ଡା:୨/୯:ଓଡ଼ିଆ ସାହିତ୍ୟରେ ଜଣେ ବିଶିଷ୍ଟ କବି,ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି ରୋମାଣ୍ଟିକ କବି ଭାବରେ ଚର୍ଚ୍ଚିତ ଡ଼. ବିନୋଦ ଚନ୍ଦ୍ର ନାୟକ ଙ୍କ ଜୟନ୍ତୀ ଉତ୍ସବ କୁଚିଣ୍ଡାର ବଳମତୀ ଦେହୁରୀ ନର୍ସିଂ କଲେଜ ସଭାକକ୍ଷରେ ଜୟନ୍ତୀ କମିଟିର ସଭାପତି, ସାମାଜିକ କର୍ମୀ କରୁଣ କର କିଶ।ନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ଅବସର ପ୍ରାପ୍ତ ଅଧ୍ୟକ୍ଷ,ବିଶିଷ୍ଟ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଡ଼. ନାୟକ ସବୁଜ ଯୁଗୀୟ କବି ହୋଇ ଥିଲେ ବି ତାଙ୍କ କବିତାରେ ପଶ୍ଚିମ ଓଡ଼ିଶାର ପଲ୍ଲୀ ପ୍ର।ଣତ ସହ ଶୈଳ କଳ୍ପର ଚିତ୍ରଣ ବେଶ୍ ହୃଦୟ ଗ୍ରାହୀ ବୋଲି କହିଥିଲେ ।କୁଚିଣ୍ଡା କଲେଜର ଓଡ଼ିଆ ବିଭାଗ ଅଧ୍ୟାପକ ଗଣନାଥ ନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ କବି ବିନୋଦ ନାୟକଙ୍କ ରଚନା ସହ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ରଚନା ସହିତ ତୁଳନା କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ କୁଚିଣ୍ଡା ନାଗରିକ ସଂଘ ସଭାପତି ଧୀରେନ୍ଦ୍ର ମହାନ୍ତି, ଅବସର ପ୍ରାପ୍ତ ବି ଏସ.ଏନ୍ ଏଲ. ଅଧିକାରୀ ପଦ୍ମନାଭ ବେହେରା ଓବଲମତୀ ଦେହୁରୀ ନର୍ସିଂ କଲିଜର ଅଧ୍ୟକ୍ଷା ସ।ଲିନା ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କବି ଙ୍କ ଜୀବନୀ ଓ ସାହିତ୍ୟ ଉପରେ ଆଲୋଚନା କରିଥିଲେ ।ପ୍ରାରମ୍ଭରେ କବି ଙ୍କ ତୈଳଚିତ୍ର ଅତିଥି ଗଣ ପୁଷ୍ପମାଲ୍ୟ ଓ ଧୂପ ଦୀପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଛାତ୍ରୀ ଗଣ ସ୍ଵାଗତ ସଙ୍ଗୀତ ଗାନ ପରେ ଅଧ୍ୟାପିକା ପଲ୍ଲବୀ ତା ଣ୍ଡିଆ ସ୍ଵାଗତ ବକ୍ତବ୍ୟ ସହ ଦିବସର ମହତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପିକା ତନୁଶ୍ରୀ ସେଠ୍ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ
ର ପ୍ରାକ୍ତନ ଉପ ସଭାପତି ଗିରି ଦଣ୍ଡସେନା ଙ୍କ ବିୟୋଗରେ ଶୋକ ପ୍ରକାଶ କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।ସଭାରେ କବି ଶେଷ ନିଶ୍ୱାସ ତ୍ୟାଗ କରିଥିବା ସାହସପୁର ଗ୍ରାମରେ ତାଙ୍କ ନେତୃତ୍ୱରେ ପ୍ରତିଷ୍ଠିତ ହାଇ ସ୍କୁଲ କୁ ତାଙ୍କ ନାମରେ ନାମିତ କରିବାକୁ ଦାବି କରାଯାଇଛି ।ତାଙ୍କ ଜୟନ୍ତୀ କୁ ପଶ୍ଚିମ ଓଡ଼ିଶାର ପୁର ପଲ୍ଲୀରେ ପାଳନ ପାଇଁ ଆହ୍ୱାନ ଦିଅ। ଯାଇଛି ।ଶେଷରେ ଜୟନ୍ତୀ କମିଟିର ସମ୍ପାଦକ,ଅବସର ପ୍ରାପ୍ତ ଶିକ୍ଷକ ସୌଭାଗ୍ୟ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।




