ଗଣେଶ ଭସାଣିରେ ଲାଗିଲା ନିୟମ: ୪ ଟ୍ରଲି, ୬ ସାଉଣ୍ଡ ବକ୍ସକୁ ଅନୁମତି
କଟକ: ଗଣେଶ ପୂଜା ଓ ଭସାଣିକୁ ନେଇ କମିଶନରେଟ୍ ପୋଲିସର ପ୍ରସ୍ତୁତି ବୈଠକ ଶେଷ ହୋଇଛି। ଭସାଣି ପାଇଁ ସେପ୍ଟେମ୍ବର ୨୦, ୨୭ ଓ ଅକ୍ଟୋବର ୪ ତାରିଖ ଧାର୍ଯ୍ୟ କରାଯାଇଛି।
ଭସାଣି ଶୋଭାଯାତ୍ରାରେ ୪ଟି ଟ୍ରଲି ଓ ୬ଟି ସାଉଣ୍ଡ ବକ୍ସକୁ ଅନୁମତି ଦିଆଯିବ। ନିର୍ଦ୍ଧାରିତ ନିୟମ ନମାନିଲେ ଆୟୋଜକଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ।
ଏହାସହ ଗଣେଶ ପୂଜା ନାଁରେ ଜୋରଜବରଦସ୍ତି ଚାନ୍ଦା ଆଦାୟକୁ ନେଇ ମଧ୍ୟ ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଜୋର କରି ଚାନ୍ଦା ମାଗିଲେ ଆକ୍ସନ ହେବ ବୋଲି ସିପି ସ୍ପଷ୍ଟ କରିଛନ୍ତି।



