ଆଜି ପବିତ୍ର ଜନ୍ମାଷ୍ଟମୀରେ ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀର ଗଁଦିଆ ବ୍ଲକ ଅନ୍ତର୍ଗତ କଙ୍କା ଗ୍ରାମରେ ଥିବା ନବ ନିର୍ମିତ ରାଧାକୃଷ୍ଣ ମନ୍ଦିରରେ ଆମ ଗ୍ରାମର ଆରାଧ୍ୟ ଠାକୁର ଚଳନ୍ତି ପ୍ରତିମା ମହାପ୍ରଭୁ ରାଧା କୃଷ୍ଣଙ୍କ ଜନ୍ମାଷ୍ଟମୀ ହର୍ଷ ଉଲ୍ଲାସର ସହ ସମାପିତ, ଆଜି ପ୍ରତ୍ୟୁଷରେ ସକାଳ ନୀତିକାନ୍ତି ଧୂପ ସହ ବାଳଭୋଗ ଲାଗି ଅପରାହ୍ନରେ ସନ୍ଧ୍ୟାଧୁପ ସହ ଅନ୍ନଭୋଗ ଲାଗି, ବିଳମ୍ବିତ ରାତ୍ରୀରେ ଜନ୍ମାଷ୍ଟମୀ ପୂଜା ସମାପନ, ଏହି ଜନ୍ମାଷ୍ଟମୀ ପୂଜାରେ ମୁଖ୍ୟ ପୁରୋଧା ଭାବେ ହୃଦାନନ୍ଦ ପତିପୂଜାକାର୍ଯ୍ୟ ସୁଚାରୁରୂପେ ପରିଚାଳନା କରିଥିବାବେଳେ ଗୀତା ଭାଗବତ ପାଠ କରିଥିଲେ ବିରଞ୍ଚି ନାରାୟଣ ଇନ୍ଦ୍ରଜିତ ସିଂହ ଓ ପ୍ରସନ୍ନ କୁମାର ଇନ୍ଦ୍ରଜିତ ସିଂହ, ସଂକ୍ରିତନ ପରିବେଷଣ କରିଥିଲେ ବିରଞ୍ଚି, ଆର୍ତ୍ତ, ଶ୍ରୀଧର, ଗୋଲେଖ, ଶ୍ରୀବତ୍ସ, ପ୍ରଫୁଲ୍ଲ, ଅଯୋଧ୍ୟା, ବିମ୍ବାଧର,ବଳରାମ, ପ୍ରଭୃତି କଙ୍କା ଗ୍ରାମର କୀର୍ତ୍ତନ ମଣ୍ଡଳୀ,ଏହି ଜନ୍ମାଷ୍ଟମୀରେ ଆଖ ପାଖ ଗ୍ରାମ ଯଥା ବଲ୍ଲଭ, ମକୁନ୍ଦପୁର, ବାଇଁଶିଆ, ଖଙ୍କର, କାଠପାଳ, ଆମ୍ଭବହାଳି, କରମୂଳ ଗ୍ରାମର ବହୁ ଶ୍ରଦ୍ଧାଳୁ ଭକ୍ତ ଯୁଗଳମୂର୍ତ୍ତିଙ୍କ ଦର୍ଶନ କରିଥିଲେ, ଆଜିର ଦିନ ତଥା ପୂଜାଟିକୁ ସରସ ସୁନ୍ଦର କରି ଗଢ଼ି ତୋଳିଥିଲେ ବିକ୍ରମ, ସୁଧାଂଶୁ, ଅନିଲ,ବବୁଲ, ଧନୁ, ନବା, ଅଂଶୁ, ସାଗର,ପ୍ରଭୃତି ଯୁବକମାନେ, ପରିଶେଷରେ କଙ୍କା ଗ୍ରାମର ଗ୍ରାମ ସଭାପତି ଶ୍ରୀଯୁକ୍ତ ମେଘନାଦ ବଳିୟାର ସିଂହ ଗ୍ରାମର ସବୁ ଯୁବକ ଯୁବତୀ ତଥା ଆବାଳ ବୃଦ୍ଧ ବନିତାଙ୍କୁ ଭୁୟସୀ ପ୍ରଶଂସା କରି ନିଜ ମତାମତ ରଖି ଧନ୍ୟବାଦ ଦେଇଥିଲେ, ଶେଷରେ ସମସ୍ତ ଗ୍ରାମବାସୀ ପ୍ରସାଦ ସେବନ କରିଥିଲେ



